ଘଟସୂତ୍ର ମୁଣା ଯାଏ ସରି
ବର ଖୋଜେ ସୁନ୍ଦର ଆହୁରି
ଦୁନିଆ ଯାକର ଝିଅ ଦେଖିଲେବି
ପସନ୍ଦ ନୋହିଲେ କେହି
କିଏ କଳା ଆଉ ନାକ କାର ବଙ୍କା
ଆଉ କାହା ବାପା ପାଖେ ନାହିଁ ଟଙ୍କା ।
ଭାବି ବର
ଭାବେ ବିସ୍ମିତ ମନରେ
ରାଇଜରେ ସତେ ପଡ଼ିଛି ମରୁଡ଼ି
ଅବା ବନ୍ୟାରେ ଭାସିଗଲେ ସବୁ
ଅବା ଅଭିଶାପ ଗ୍ରସ୍ତ ଏ ନଗରୀ
ବାର ବର୍ଷ ପରେ ଜନ୍ମିବେ ସୁନ୍ଦରୀ ।
କିଏ ସିଏ ହାଣ୍ଡିରେ ମୋ ଚାଉଳ ପକାଇ
ଘୋର ନିଦ୍ରାରେ ଯାଇଅଛି ଶୋଇ ।
ସତେ କ’ଣ ନମିଳିବ କେବେ
ଯେମିତିକା ମନ ମୋର ଭାବେ
ପିତା କୁବେର ଆଉ ପୁତ୍ରୀ ଅପସରା
ଉଚ୍ଚତାରେ ଲମ୍ବା, ସ୍ୱାସ୍ଥ୍ୟରେ ପତଳା
ହୋଇଥିବ ରଙ୍ଗ ଗୋରା
ଆଧୁନିକା, ସୁଶିକ୍ଷିତା, ସର୍ବଗୁଣେ ଅଭିହିତା
ଫୁରୁସତେ ଗଢ଼ିଥିବ ଯାହାକୁ ବିଧାତା ।