କବିତା

ଅଭାବ

Matrudatta Mohanty's odia poem Abhaaba

ଏଇ ଜୀବନଟା ଖାଲି ଅଭାବମୟ,
ଅଭାବର ବେଳାଭୂମିରେ ଘର କରି
ଦୁଃଖ ସାଗରର ଲୁଣି ହାୱା
ସବୁ ସ୍ୱପ୍ନ ଆଶା ଓ ସ୍ୱାଭିମାନକୁ
ମିଳେଇ ଦେଲାଣି ।

ଅଭାବ

ଏଇଟା ସରିବନି କିମ୍ୱା ମରିବନି,
ନା ନିଆଁରେ ପୋଡ଼ି ହେବ
ଅବା ଘଷି ମାଜି ଦେହରୁ ଛଡ଼ାଇ ହେବ,
ଲାଗିଛି ଯେ ଲାଗିଥିବ
ସବୁଦିନକୁ ସବୁ ସମୟକୁ ।

ଏଇ ଜୀବନଟା ଖାଲି ଅଭାବମୟ,
ଅଭାବର ବେଳାଭୂମିରେ ଘର କରି
ଦୁଃଖ ସାଗରର ଲୁଣି ହାୱା
ସବୁ ସ୍ୱପ୍ନ ଆଶା ଓ ସ୍ୱାଭିମାନକୁ
ମିଳେଇ ଦେଲାଣି ।

ମୁକ୍ତି ଏବେ ସ୍ୱପ୍ନଟିଏ ଖାଲି ।

ଆମେ ଭୁଲିଯିବା ଦିନେ ଚିର ଅଭାବଟାକୁ,
ସେ ପୁଣି ନିଶ୍ଚୟ ମରିବ ସରି ବି ଯିବ ଦିନେ,
ଯେବେ ଭାବ ଆସିବ
ହଠାତ୍ ଓ ସବୁଦିନକୁ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top