କବିତା

ଓଡ଼ିଶା

Basanti Das's odia poem Odisha

ନାହିଁରେ ନାହିଁ ଓଡ଼ିଶା ପରି
ରାଇଜ କାହିଁ ନାହିଁ
ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।

ଓଡ଼ିଶା

ନାହିଁରେ ନାହିଁ ଓଡ଼ିଶା ପରି
ରାଇଜ କାହିଁ ନାହିଁ
ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।

ଏଇ ରାଇଜେ ବଡଠାକୁର
ବଡ ଦେଉଳେ ଉଭା
ମହୋଦଧୀର ଉଦୟ ସୂର୍ଯ୍ୟ ବିକଶେ ସ୍ନିଗ୍ଦଆଭା
ଏଇ ମହକ କରେ କୁହୁକ ବନ ପାହାଡ ଛୁଇଁ ।

ଜନମ ନେଲେଏଇ ମାଟିରେ କେତେ ଯେ ଶୂର ବୀର
ଦେଶ ଭକତ ଦେଲେ ରକତ ନଇଁଲେ ନାହିଁ ଶିର
ନଦୀ ଝରଣା ଯାଆନ୍ତି ବହି
କୁଳୁକୁଳୁ ଗୀତ ଗାଇ ।

ଏଇ ରାଇଜେ ଚିଲିକା ହ୍ରଦ କେତେ ଯେ ଶୋଭାବନ
କୋଣାରକର ପଥର ମୂର୍ତ୍ତି ଉଚ୍ଚାଟ କରେ ମନ
ଶ୍ୟାମ ସୁନ୍ଦର ମୋ ମାଟି ମାଆ ତୁଳନା ତାର ନାହିଁ ।

ଓଡିଆ ଗୀତ ଓଡିଶୀ ନାଚ ଆଦିବାସୀର କଥା
ସାଇତିଛି ସେ ଅମର ସ୍ମୃତି ବୀର କଳିଙ୍ଗ ଗାଥା
ଆମେରେ ସବୁ ସନ୍ତାନ ତାର
କେବେ ହାରିବା ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top