ପ୍ରଜାପତି ଉଡି ଆସେ
ପାଇ ଅନେକ ରଙ୍ଗ ଆଉ ସୁଗନ୍ଧିତ ରସ
ସୂରଜ କିରଣ ରେ ଖେଳି ଯାଏ ବୃକ୍ଷରାଜି ହସ
ଉଜ୍ଜଳ ପାଚିଲା ଫଳର ମହକ
ଛୋଟ ଜଳାଶୟ ଓ ପ୍ରାକୃତିକ କୀଟ ନାଶକ ।
ମାଳୀ ଦେଖେ,
ବଗିଚା ରେ ଅନେକ ଫୁଲର ସମ୍ଭାର
ଭିନ୍ନ ଭିନ୍ନ ରଙ୍ଗ ଆଉ ବିଭିନ୍ନ ବାସ୍ନାର
ସେଠି ଭିଡ ଅନେକ ପ୍ରଜାପତିଙ୍କର
ମହୁମାଛି ଆଉ କେତେ ପ୍ରଜାତି ଭଅଁର ।
ଫୁଲ କହେ,
ଆକର୍ଷଣ ଯେଉଁ ଦିନ ବନି ଯିବ ପ୍ରେମ
ସେଇଦିନ ଯୋଡି ଦେବୁ ତୋ ନାମ ସହ ମୋ ନାମ
ହଟିଯିବ ସେଇଦିନ ପାଇବାର ସବୁ ଭ୍ରମ
ଲେଖାଯିବ ସଂଜ୍ଞା, ଆମର ଅମର ପ୍ରେମ ।
ପ୍ରଜାପତି ଉଡି ଆସେ
ପାଇ ଅନେକ ରଙ୍ଗ ଆଉ ସୁଗନ୍ଧିତ ରସ
ସୂରଜ କିରଣ ରେ ଖେଳି ଯାଏ ବୃକ୍ଷରାଜି ହସ
ଉଜ୍ଜଳ ପାଚିଲା ଫଳର ମହକ
ଛୋଟ ଜଳାଶୟ ଓ ପ୍ରାକୃତିକ କୀଟ ନାଶକ ।
ମାଳୀ ଦେଖେ,
ବଗିଚା ରେ ଅନେକ ଫୁଲର ସମ୍ଭାର
ଭିନ୍ନ ଭିନ୍ନ ରଙ୍ଗ ଆଉ ବିଭିନ୍ନ ବାସ୍ନାର
ସେଠି ଭିଡ ଅନେକ ପ୍ରଜାପତିଙ୍କର
ମହୁମାଛି ଆଉ କେତେ ପ୍ରଜାତି ଭଅଁର ।
ଫୁଲ କହେ,
ଆକର୍ଷଣ ଯେଉଁ ଦିନ ବନି ଯିବ ପ୍ରେମ
ସେଇଦିନ ଯୋଡି ଦେବୁ ତୋ ନାମ ସହ ମୋ ନାମ
ହଟିଯିବ ସେଇଦିନ ପାଇବାର ସବୁ ଭ୍ରମ
ଲେଖାଯିବ ସଂଜ୍ଞା, ଆମର ଅମର ପ୍ରେମ ।
