ଦି’ ଟୋପା ଲୁହ ହେଉ,
କି ହେଉ ଲୁହର ବନ୍ୟା !
ଏମିତି କଣ ଧୋଇ ହୋଇଯାଏ
ସବୁ ସମ୍ପର୍କର ବନ୍ଧନ
ଉଡିଯାଏ ସବୁ ରଙ୍ଗ
ସ୍ନେହ ମମତାର ?
ଜଳି ପୋଡି ସିନା ପାଉଁଶ ହୁଏ ନଶ୍ବର ଶରୀର
ସ୍ମୃତି ତ ଥାଏ, ଆତ୍ମା ସଙ୍ଗେ ଅଜୟ ଅମର
ଲିଭେନା କେବେ, ବଞ୍ଚିରହେ ବର୍ଷ ବର୍ଷ ଧରି
ଯେତେ ଯାଏ ରଖ୍ ପାରେ ମସ୍ତିସ୍କ ଉଜିବିତ ତାକୁ ।
ସ୍ବର କଣ କେବେ ପୁରୁଣା ହୋଇଯାଏ,
ନା ଛୁଆ କେବେ ଅଭୂଲା ପାଲଟେ ?
ନିମିଷକେ ସାତ ତାଳ ପଙ୍କ ଭିତରୁ
ଘାଣ୍ଢି ଚକଟି ପଦାକୁ ବାହାରେ
ସଦ୍ୟ ତାଜା ଫୁଲ ହୋଇ ।
ସମୟର ଅଳନ୍ଧହୁ ଲାଗିଯାଏ କେବେ କେବେ
ଧୂଳି ଜମିଯାଏ ନିତିଦିନ ଜୀବନ କଷଣେ
ତଥାପି ଝାଡି ପୋଛି ଚକ-ଚକ କରି ହୁଏ ଗୋଟେ ମୁହୂର୍ତରେ ।
ନିଜର ଅଂଶ କୁ କଣ ଏମିତି ପର କରି ହୁଏ
ନା ଯିବାକୁ ଦେଇ ହୁଏ ଏତେ ସହଜରେ ?