ସେଇ ଟିକିଏ ମାଟି,
କିଏ ତାକୁ ଚନ୍ଦନର ଟୀକା କରି ବୋଲି ଦିଏ
କିଏ ତାର ମାତ୍ରରେ ପ୍ରଫୁଲ ହୁଏ
କିଏ ପୁଣି କେବେ ମିଶିଯାଏ ତାମଧ୍ୟରେ
ହାଡ଼ ଛାଡେ ଗର୍ବର ଶକ୍ତତା
ଚର୍ମ ଛାଡେ ଲୋଲୁପ କାମର କଥା
ମାଂସର ପିଣ୍ଡୁଳା ଗୁଡା ଜଡ଼ ଟିଏ ହୋଇ
ନିସ୍ତବ୍ଦରେ ଆପେ ହଜିଯାଏ
ଆଜି ସେଇ ମାଟି ପାଇଁ କେତେ ରକ୍ତ ବୋହି ଗଲା
ହଜିଗଲା କେତେ ରଙ୍ଗ କେତେ ବଦନରୁ
କେତେ ହସ ହସ ମୁହଁ ଲିଭିଗଲା
କେତେ ଗଲା ମୁଣ୍ଡ ଗୁଡା ମଣିଷ କନ୍ଧରୁ
ଯାର ପୁଣି ଆକୃତି ନାହିଁ
ସମୟର ପରିଧି ଭିତରେ ଜାର ଅସ୍ତିତ୍ବ ନାହିଁ
ଦେଇ କେତେ ନନା ନାମ ରାଜ୍ୟ ଦେଶ ଇତି,
ଯୁଦ୍ଧ ହୁଏ ବଦଳାଇ ପ୍ରକୃତି ପରିଧି
ଯେ ଦେଲା ଜନମ ସତେ, ଯିଏ ଦବ ଗ୍ରାସି
ତାପାଇଁ ବା କି ଯୁଦ୍ଧ?
କିବା ନର ହତ୍ୟା?
ତାପାଇଁ ବା କି ବିଜୟୀ ଜାର ଟିକେ ନାହିଁ ପ୍ରତିବାଦ
ଆଜି ତୁମେ ଫେରିଯାଅ ଖୋଳ ତାକୁ ଯେତେ
ଶୁଙ୍ଘି ନିଅ ଯେତେ ରକ୍ତ ଦୁର୍ଗନ୍ଧ ଭିତରେ
ଥରେ ତାର ବକ୍ଷରେ ଅବା କାନ ପାରି ଦିଅ
ଶୁଣି ନିଅ ବିଧବା ଛାତିର କୋହ,
ଦେଖି ନିଅ ଉଦାସୀ ମା ର ଲୁହ
ସେ ମାଟି ରେ ତୁମେ ବି ଦେଖିବି ନିରୀହ ଶିଶୁର ମୁହଁ
କେତେ ମୁଣ୍ଡ ଗଡି ଗଲା, କେତେ ଗଲା ଦେହ
