ସହି ମୁଁ ପାରେନି ତମ ନୀରବତା
ନୟନ କୋଣରୁ ଦେଖ ଯେବେ ତମେ
ଅୟୁତ ଯୁଗର କ୍ଷୁଧାରେ ଜଡ଼େଇ
ରକ୍ତିମ ଅଙ୍ଗେ ଉଛୁଳା ବସନ୍ତ ।
ଜାଣେ ମୁଁ ତମଠି ଅନେକ ବର୍ଷାର
କଥା ଜମି ଜମି ସାଗର ହୋଇଛି
କି ଯେ ବାଧା ଅଛି ସେ ସାଗର ଢେଉ
କୂଳ ଛୁଇଁ ପୁଣି ଛୁଇଁ ବି ପାରୁନି ।
ଫେରିକି ଚାହିଁଲେ ହୃଦୟର ଛଟା
ଲାଖିଥାଏ ତୁମ ଓଠ ଧାରେ
ସେ ହସ ମଦିରା ଜୀବନେ ମୋହର
ଲତା ବିଲିତାରେ ନିଶା ଭରେ ।
ତମ ନୀରବତା – ଜହ୍ନରାତି
ସମୁଦ୍ରର ଢେଉ – ମୋ କାକଳି
ପାଇଁ ଜୀଇଁ ଥାଉ – ଜୀଇଁ ରହିଥାଉ
ତମ ନୀରବତା ଜହ୍ନରାତି ।