ଅଙ୍ଗେ ଅଙ୍ଗେ ତୋର
ଅନଙ୍ଗପ୍ରିୟା ଗୋ
ଅନନ୍ତ ତୃଷାର ମରୁ,
ବାଦଲ ମୁଁ ଏବେ
ଗଗନେ ତୋରଲୋ
ଭିଜାଇବି ତୋତେ
ଶୋଚନା କାହିଁକି କରୁ ?
ମନେ ନାହିଁକି ଗୋ ପ୍ରିୟା
ଗତ ମୌସୁମୀରେ
ଝରିଯାଇଥିଲି
ଚାତକ ତନୁରେ ତୋର,
ହଜିଯାଇଥିଲି ତୋ
ମରୁଦ୍ୟାନରେ
ପିଇ ତୋ ଅମୃତ ଝର ।
ଏଥର ଫିଟିପଡ଼ିବି ମୂଁ
ମିଶିଯିବି ତୋ ସାଗର
ତନୁରେ ସଖୀ
ଅନନ୍ତ ତୃଷା
ଲିଭିଯିବ ତୋର
ହସିବୁ ତୁ ସୂର୍ଯ୍ୟମୁଖୀ……..