କବିତା

ଟ୍ରାନ୍ସଫର୍‌

Minaketana Barlebdia's odia poem Transfer

ସେମିତି କେହି ଜାଗା ମନ୍ଦ ନୁହେଁ
କେହି ମଣିଷ ମନ୍ଦ ନୁହଁନ୍ତି
ସବୁ ନିର୍ଭର କରେ ନିଜ ଉପରେ
ଆଜି ଯାହାକୁ ଛାଡି ଯିବାକୁ ଇଚ୍ଛା ହେଉନି
ସିଏ ବି ତ ମୋ ପାଇଁ ଦିନେ ଅଚିହ୍ନା ଥିଲା ।

ଟ୍ରାନ୍ସଫର୍‌
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଟ୍ରାନ୍ସଫର୍‌ ଅର୍ଡର ବାହାରିଗଲାଣି,
ଦିନେ କି ଦୁଇଦିନ ଭିତରେ
ମୋତେ ଏ ଜାଗା ଛାଡ଼ିବାକୁ ହେବ
ଯଦିଓ ଜାଗା ପ୍ରତି ଅଛି ଅତୁଟ ମୋହ ।

ଏ ଜାଗା ବି ମୋ ପାଇଁ ଦିନେ ନୂଆଁ ଥିଲା
ପାଣି ପବନ ଘର ଦ୍ଵାର ସବୁ ନୂଆଁ ନୂଆଁ ଲାଗୁଥିଲା
ଜାଗାଟାକୁ ନିଜର କରି ଆଦରି ନେଲା ପରେ
ମୋଟେ ଇଚ୍ଛା ହେଉନି ଏ ଜାଗା ଛାଡି ଯିବାକୁ
କହିପାର ଜାଗାପ୍ରତି ମୋହ ବା ମନର ଦୁର୍ବଳତା !

ସେମିତି କେହି ଜାଗା ମନ୍ଦ ନୁହେଁ
କେହି ମଣିଷ ମନ୍ଦ ନୁହଁନ୍ତି
ସବୁ ନିର୍ଭର କରେ ନିଜ ଉପରେ
ଆଜି ଯାହାକୁ ଛାଡି ଯିବାକୁ ଇଚ୍ଛା ହେଉନି
ସିଏ ବି ତ ମୋ ପାଇଁ ଦିନେ ଅଚିହ୍ନା ଥିଲା ।

ସତରେ ମନ ବିଚିତ୍ର, ମନକୁ ବୁଝିବା ଅସାଧ୍ୟ
ମନକୁ ଆୟତ୍ତ କରିବା କଷ୍ଟ ତତୋଧିକ
ନୂଆଁ ଜାଗାକୁ ଯିବା ପାଇଁ ମଙ୍ଗୁ ନ ଥିବ
ନୂଆଁ ଜାଗାର ମୋହରେ ବାନ୍ଧି ହେଇଯିବ
ପୂର୍ବ ଜାଗାକୁ ଫେରିବାର ନାଁ ଧରୁ ନ ଥିବ ।

ଟ୍ରାନ୍ସଫର୍‌ ଅର୍ଡର ବାହାରି ଗଲାଣି,
ଏଣିକି ଏ ଜାଗା ପ୍ରତି ମୋହ ତୁଟେଇବାକୁ ହେବ
ନୂଆଁ ଜାଗାକୁ ଆପଣେଇବା ପାଇଁ
ମନକୁ ସଜିଲ କରିବାକୁ ହେବ ॥

2 Comments

2 Comments

  1. ଶ୍ରୀ ଅରବିନ୍ଦ ଦାସ

    aravinda ads

    May 19, 2016 at 10:36 am

    Bahut sundar .chakiri jibana ra badali samasya satare utkat.Kabita ti practical jibana ra pratichabi.

    • ଶ୍ରୀ ମୀନକେତନ ବାରଲେବଡ଼ିଆ

      ମୀନକେତନ ବାରଲେବଡ଼ିଆ

      May 21, 2016 at 10:18 pm

      ମତାମତ ପାଇଁ ଧନ୍ୟବାଦ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top