କବିତା

ତୁମ ଆଖି

Basanti Das's odia poem Tuma Aakhi

ମୋ ଧ୍ୟାନ ଭଗ୍ନ ହେଲା
ମୁଁ ଫେରି ଚାହିଁଲା ବେଳକୁ
ଆଖି ଖୋଲି
ସାତ ରଙ୍ଗରେ ଭରିଥିଲା
ମୋ ଚତୁଃପାର୍ଶ୍ୱ ।

ତୁମ ଆଖି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭୋର୍‌ର ଶୀତଳତା ପରି
ମୁଁ ସ୍ଥିର ଶାନ୍ତ ଥିଲି
କଅଁଳ ସୂର୍ଯ୍ୟଙ୍କୁ ଛୁଉଁଥିଲି
ନିଜ ଇଚ୍ଛାରେ
ଲୁଚେଇ ଲୁଚେଇ,
ମୁଁ ପାଲଟି ଯାଇଥିଲି
ମୋହଗ୍ରସ୍ଥ ଅହଲ୍ୟା
ସବୁ ବାହ୍ୟ ଜଗତରୁ
ନିରୁଦ୍‌ବେଗ ଥିବାବେଳେ
ତୁମେ ବଜେଇ ଦେଲ
ମୋ ନିଃସଙ୍ଗ ଜୀବନରେ
ସୁଲଳିତ ସ୍ନିଗ୍ଧମୟ
ସ୍ୱପ୍ନମୟ ବିଗୁଲ୍ ।

ମୋ ଧ୍ୟାନ ଭଗ୍ନ ହେଲା
ମୁଁ ଫେରି ଚାହିଁଲା ବେଳକୁ
ଆଖି ଖୋଲି
ସାତ ରଙ୍ଗରେ ଭରିଥିଲା
ମୋ ଚତୁଃପାର୍ଶ୍ୱ ।

ଆକାଶ ଛୁଉଁଥିଲା ସତେକି
ମୋର ମଥାକୁ
ପବନ ସାଉଁଳୁଥିଲା
ମୋର ଆଲୁଳାୟିତ କେଶକୁ
ଧରଣୀ ବିସ୍ତାରିତ କରିଥିଲା
ତା’ର ପ୍ରଶସ୍ତ ଛାତି
ପାଦ ଥାପି ଠିଆ ହେବାକୁ ।

ଫୁଲ ବିତରୁ ଥିଲା ସୁଗନ୍ଧ
ବର୍ଷା ସିଞ୍ଚୁଥିଲା ଜଳର ଫୁଆରା
ଏତିକିବେଳେ ମୋ ଆଖି ମିଶିଲା
ତୁମର ଖୋଜିଲା ଆଖିରେ,
ଦୂରରେ ଥାଇ ତୁମେ, ହସୁଥିଲ ମୃଦୁମୃଦୁ ।

ମୁଁ ସ୍ୱପ୍ନ ଦେଖୁଥିଲି କି ସତ୍ୟ
ଭାବିଲାବେଳକୁ
ପୁନଃ ତୁମ ଆଖିର ମାୟାରେ
ମୁଗ୍ଧ ହୋଇ ଖୋଜୁଥିଲି
ଆଗାମୀ ଜୀବନ ପାଇଁ
ସରଳ ରାସ୍ତା
ଜୀବନ ପାଇଁ ମୁଠାଏ ଫଗୁଣ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top