କବିତା

ତୁମ ବିନା ପ୍ରିୟା . . .

Debendra Dhindaa's odia poem Tuma Binaa Priyaa

ଆଖି ମୋର କହେ ହୃଦୟର ବ୍ୟଥା
ତୁମେ ବୋଧେ ଶେଷ ପ୍ରେମ ମୋର
ଶେଷ ଆଶା ଆଉ ଶେଷ ସ୍ୱପ୍ନ
ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ

ତୁମ ବିନା ପ୍ରିୟା . . .
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମ ବିନା ପ୍ରିୟା ବିତିଯାଏ ଏଠି
କେତେ ରାତି ଆଖି ପଲକ ନ ପକାଇ
ଦିନ ମାସ ବର୍ଷ ବିତେ ଏଠି
ତୁମ ଫେରିବା ବାଟକୁ ଚାହିଁ ଚାହିଁ ।। (୧)

ମଳୟ ପବନ ବି ଗାଉନାହିଁ ଆଉ ଗୁଣୁଗୁଣୁ ଗୀତ ତାର
ଶୁଭୁନାହିଁ ଆଉ ବର୍ଷାରାଣୀର ରୁଣୁଝୁଣୁ ଶବ୍ଦ ଏଠି
ଶରୀରର ସବୁ ଅଙ୍ଗ କରନ୍ତି ଗୁହାରି
ତୁମୋ ବାଟକୁ ଚାହିଁ ଚାହିଁ ରକ୍ତ କଣିକା ବି ପାଲଟାଇଲେଣି ପଥର ପରି ।। (୨)

ଆଖି ମୋର କହେ ହୃଦୟର ବ୍ୟଥା
ତୁମେ ବୋଧେ ଶେଷ ପ୍ରେମ ମୋର
ଶେଷ ଆଶା ଆଉ ଶେଷ ସ୍ୱପ୍ନ
ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ
ସୂର୍ଯ୍ୟ ବିନା ଚନ୍ଦ୍ରର ଆଲୋକ ଯେମିତି ।।(୩)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top