କବିତା

ସୁଲଗ୍ନା

Sagaria Abhiram's odia poem Sulagnaa

ମୁଁ ଜମା ଭୁଲିବିନି ତତେ
ମୋ ହୃଦୟ ରହିଲା ତୋ ପାଖରେ
ଥାଉ ତୁ ଆଉ ଫେରାନା
ପାରୁଚୁ ଯଦି ତୁ ଫେରିଆ ବାସ
ଆଉ କିଛି ମୁଁ ଚାହେଁନା ।

ସୁଲଗ୍ନା

ମୁଁ ହଜି ନ ଥିଲି ଦେଖିବି
ତୋ ଦେହର ଗୋରା ଚମଡା
ଖୋଜି ନ ଥିଲି ପାଇବି
ତୋ ଦେହର ମିଠା ବାସନା
ହୋଇଥିଲା ପ୍ରେମ ତୋ ସାଥିରେ
ନ ଥିଲା କିଛି ବି ଛଳନା
ତୁ ଥିଲୁ ଖାଲି ମୋ ମନରେ
ମୋ ଆଖି ଥିଲା ତୋ ଆଇନା
ସୁଲଗ୍ନା, ସୁଲଗ୍ନା
ଛାଡ଼ିଗଲୁ ତୁ ମତେ ସିନା
ଏବେ କେମିତି ବଞ୍ଚିବି ତୋ ବିନା ।

ମୁଁ କେମିତି ବଞ୍ଚିବି ତୋ ବିନା
ସାଙ୍ଗ ଯେତେ ପିଆଉ ମଦ
ମୁଁ ଜମା ଭୁଲିବିନି ତତେ
ବୋଉ ଯେତେ ବାଡ଼େଇଲେ ବାଡ଼ଉ
ମୁଁ ଜମା ଭୁଲିବିନି ତତେ
ମୋ ହୃଦୟ ରହିଲା ତୋ ପାଖରେ
ଥାଉ ତୁ ଆଉ ଫେରାନା
ପାରୁଚୁ ଯଦି ତୁ ଫେରିଆ ବାସ
ଆଉ କିଛି ମୁଁ ଚାହେଁନା ।

ସୁଲଗ୍ନା, ସୁଲଗ୍ନା
ବିଷ ଲାଗେ ସବୁ ତୋ ବିନା
ସୁଲଗ୍ନା, ସୁଲଗ୍ନା
ମୋ ଦୁନିଆ ଅନ୍ଧାର ତୋ ବିନା
ସୁଲଗ୍ନା, ସୁଲଗ୍ନା
ପାରୁଚୁ ଯଦି ଟି ଫେରିଆ ବାସ
ଆଉ କିଛି ମୁଁ ଚାହେଁନା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top