କବିତା

ତୁମ ଛାଇ…

Kalyani Dash's odia poem Tuma Chhai

ତୁମରି ଆଦର୍ଶେ ଚାଲିବି ମୁଁ ବାଟ
ଆଉ କିଛି ଲୋଡ଼ା ନାହିଁ
ଅଛି ଖାଲି ମୋର ଏତିକି ଆକାଂକ୍ଷା
ହେବାକୁ ତୁମର ଛାଇ ।

ତୁମ ଛାଇ...

ନାହିଁ କିଛି ଇଚ୍ଛା କିଛି ମୁଁ ଚାହେଁନା
ତୁମଠି ଯାଇଛି ରହି
ଅଛି ଖାଲି ମୋର ଏତିକି ଆକାଂକ୍ଷା
ହେବାକୁ ତୁମର ଛାଇ ।

ହେବି ତୁମ ପରି ସାହସୀ ପବିତ୍ର
ସେବା, ତ୍ୟାଗ ର ପ୍ରତୀକ
ପୁଜିବାକୁ ଇଚ୍ଛା ମନ ମନ୍ଦିରରେ
ସତ୍ୟ, ନୁହେଁ ଏ ଅଳୀକ ।

ତୁମ ପରି ଦେବୀ ସବୁ ଓଠେ ହସ
ଦେବୀ ସମସ୍ତଙ୍କୁ ଖୁସି
ଦୟା, କ୍ଷମା, ନିଷ୍ଠା ପରୋପକାରରେ
ସହିଯିବି ସବୁ ହସି ।

ତୁମରି ଆଦର୍ଶେ ଚାଲିବି ମୁଁ ବାଟ
ଆଉ କିଛି ଲୋଡ଼ା ନାହିଁ
ଅଛି ଖାଲି ମୋର ଏତିକି ଆକାଂକ୍ଷା
ହେବାକୁ ତୁମର ଛାଇ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top