କବିତା

ତୁମେ

କେଉଁଠି ଅଛ ତୁମେ
କାହିଁକି ମୋ ସାଥିରେ ଖେଳ ଲୁଚକାଳି ।

ତୁମେ

ଖୋଜୁଛି ତୁମକୁ ମୋ ଜୀବନର
ଅଗନା ଅଗନୀ ବନସ୍ତରେ ।
ବେଳେବେଳେ ଶୁଭୁଛି ତୁମରି ସ୍ୱର
ନିରବତାର ଗହନ ନିଦରେ ।
ଆଜିବି ଖୋଜା ମୋ ସରିନି
ବାର ବାର ତୁମକଥା ମୁଣ୍ଡଟେକି ଅନାଇ ଦେଉଛି
ମୋ ଭାବନାର ଅଥଳ ନଈରେ ।
କେଉଁଠି ଅଛ ତୁମେ
କାହିଁକି ମୋ ସାଥିରେ ଖେଳ ଲୁଚକାଳି ।
ତୁମେ କ’ଣ ଖେଳିବାକୁ ଭଲ ପାଅ ସତେ ।
କହି ଦେଉନ ଥରେ,
ମୁଁ ଖେଳନ୍ତି ତୁମ ସାଥେ ।

ଆଜି ଜୀବନର ମଧ୍ୟାହ୍ନରେ ଚାଲୁଚାଲୁ
ବାରମ୍ୱାର ଝୁଣ୍ଟି ମୁଁ ପଡୁଛି ।
ଆହାଃ କହି ନିଶବଦେ ପଛରୁ ମୋ
ଭିଡ଼ି ଧର ହାତ, କିଏ ତୁମେ ?
କାହିଁକି ଦେଖା ଦେଉ ନ ମତେ ?
ତୁମକୁ ଖୋଜିବାର ଅନ୍ତଃ ହେବ କେବେ ?
ଭାବୁଛି, ଏବେ ସେ ସମୟ ଆସିନି ।
ମାଟିର ବିଛଣାରେ ଯେଉଁ ଦିନ
ଶୋଇଯିବି, ଆଉ ଭାଙ୍ଗିବନି ନିଦ
ବୋଧେ ସେଇଦିନ ତୁମେ କି ଆସିବ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top