କବିତା

ତୁମେ

କେଉଁଠି ଅଛ ତୁମେ
କାହିଁକି ମୋ ସାଥିରେ ଖେଳ ଲୁଚକାଳି ।

ତୁମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖୋଜୁଛି ତୁମକୁ ମୋ ଜୀବନର
ଅଗନା ଅଗନୀ ବନସ୍ତରେ ।
ବେଳେବେଳେ ଶୁଭୁଛି ତୁମରି ସ୍ୱର
ନିରବତାର ଗହନ ନିଦରେ ।
ଆଜିବି ଖୋଜା ମୋ ସରିନି
ବାର ବାର ତୁମକଥା ମୁଣ୍ଡଟେକି ଅନାଇ ଦେଉଛି
ମୋ ଭାବନାର ଅଥଳ ନଈରେ ।
କେଉଁଠି ଅଛ ତୁମେ
କାହିଁକି ମୋ ସାଥିରେ ଖେଳ ଲୁଚକାଳି ।
ତୁମେ କ’ଣ ଖେଳିବାକୁ ଭଲ ପାଅ ସତେ ।
କହି ଦେଉନ ଥରେ,
ମୁଁ ଖେଳନ୍ତି ତୁମ ସାଥେ ।

ଆଜି ଜୀବନର ମଧ୍ୟାହ୍ନରେ ଚାଲୁଚାଲୁ
ବାରମ୍ୱାର ଝୁଣ୍ଟି ମୁଁ ପଡୁଛି ।
ଆହାଃ କହି ନିଶବଦେ ପଛରୁ ମୋ
ଭିଡ଼ି ଧର ହାତ, କିଏ ତୁମେ ?
କାହିଁକି ଦେଖା ଦେଉ ନ ମତେ ?
ତୁମକୁ ଖୋଜିବାର ଅନ୍ତଃ ହେବ କେବେ ?
ଭାବୁଛି, ଏବେ ସେ ସମୟ ଆସିନି ।
ମାଟିର ବିଛଣାରେ ଯେଉଁ ଦିନ
ଶୋଇଯିବି, ଆଉ ଭାଙ୍ଗିବନି ନିଦ
ବୋଧେ ସେଇଦିନ ତୁମେ କି ଆସିବ !

1 Comment

1 Comment

  1. Barsha Swain

    August 20, 2017 at 8:30 pm

    KABITA JAHA LEKHA JAECHI ,PHOTO SEIA NUHAN.KABITA RU JANA PADUCHHI AEHA ISWAR NKA UDESYARE LEKHA JAEICHHI.KABITA ANUJAEI CHHABI DEIA JAETHILE KABITA KU THIK JUSTICE MILITHANTA. {BARSHA SWAIN +3 3rd yr science,TULASI WOMENS COLLEGE ,KENDRAPARA.}

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top