ନାହିଁ ରାଜତନ୍ତ୍ର ନାହାଁନ୍ତି କେ ରାଜା
କିନ୍ତୁ ରହିଅଛି ରାଜନୀତି।
ଜନତାଙ୍କୁ ରାଜ ମୁକୁଟ ପିନ୍ଧାଇ
ରାଜ୍ୟକୁ ଲୁଟନ୍ତି ମନ୍ତ୍ରୀ।
ଗଣତନ୍ତ୍ର ଏଠି କେବଳ ନାମକୁମାତ୍ର
ସବୁ କରେ ରାଜନୀତି।
ଭୋଟ ବେଳେ ଗୋଡ଼ ଧରିବେ
ଜିଣିଲେ ଧରିବେ ଚୁଟି।
ଗୁଲାମିଗିରି କରୁଥିବା ଯାଏ ବାଃ ବାଃ
କହି ପିଠିକୁ ଦେବେ ଥାପି।
ଭିତରେ ପୁରେଇ ବତୁରାଇ ଦେବେ
ଯଦି ଖୋଲିଦିଅ ଥରେ ପାଟି।
ମାଗଣା ଖିଆ ପାଦ ଚାଟୁଆ ଯେତେ
ଅଟନ୍ତି ସେ ଯୋଗ୍ୟ ପାର୍ଥୀ।
ସଚ୍ଚୋଟ ପାଇଁ କୋଟା ନାହିଁ ଏଠି
କରିବାକୁ ରାଜନୀତି।
ରାତାରାତି ଏଠି ଜନ୍ଦା ପିମ୍ପୁଡ଼ି ମଧ୍ୟ
ପାଲୋଟି ଯାଆନ୍ତି ହାତୀ।
ମହାବଳ ବାଘ ଲାଙ୍ଗୁଡ ହଲାଇ
ବନିଯାଏ ମାଇ କୁତୀ।
ଆଖି ଆଗେ ସବୁ ଲୁଟି ହରି ନେଈ
ଦିନରେ ଦେଖାନ୍ତି ବତି।
ମୂଳାକୁ ମୂଳ ତିଳକୁ ତାଳ କରି
ମିଡ଼ିଆ ଦେଖାଏ କରାମତି।
ଜନତାଙ୍କୁ କହି ରାଜା ଦେଇଥାନ୍ତି ସଯା
ଉପାସେ କାଟେ ସେ ରାତି।
ମନ୍ତ୍ରୀମାନେ ଏଠି ମଜାରେ ବୁଲନ୍ତି
ଗାଡ଼ିରେ ଲଗାଇ ନାଲି ବତି।
କରୁଥିଲେ ଚିନ୍ତା ଘୁରିଯାଉଥିବ ମଥା
ଭାରି ଜଟିଳ ଏ ରାଜନୀତି।
ରାସ୍ତା ନଜାଣି ଆଖୁ କିଆରିକୁ ଗଲେ
ଗୁଡ଼ ଖାଇ ନବାତ କରିବ ବାନ୍ତି।