ବ୍ୟଙ୍ଗକବିତା

ଧନ୍ୟ ହେ ନବୀନ

Dibyajyoti Mohanty's odia satire poem Dhanya He Nabina

ହେଲେ ଓଡିଶାର ରୂପ ଏବେ ଏପରି
ଯୁବକଙ୍କୁ ମିଳୁ ନାହିଁ ଏଠି ଖଣ୍ଡେ ଚାକିରୀ,
ରାସ୍ତା କଡରେ ବୁଲନ୍ତି ମାଳ ମାଳ ଭିକାରୀ
ତଥାପି ତୁମକୁ କରନ୍ତି ଶାସନର ଅଧିକାରୀ ।

ଧନ୍ୟ ହେ ନବୀନ

ନବୀନ ବାବୁ ଶାସନକୁ ତୁମର ୧୭ ବର୍ଷ ପୂରିବ
ହେଲେ ଲୋକେ ଓଡିଶାକୁ ଆଜି ବି କୁହନ୍ତି ଗରିବ,
ଦିନେ କହିଥିଲ ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବ
ରାଜ୍ୟକୁ ଧନ ଧାନ୍ୟରେ ଭରିବ ।

ହେଲେ ଓଡିଶାର ରୂପ ଏବେ ଏପରି
ଯୁବକଙ୍କୁ ମିଳୁ ନାହିଁ ଏଠି ଖଣ୍ଡେ ଚାକିରୀ,
ରାସ୍ତା କଡରେ ବୁଲନ୍ତି ମାଳ ମାଳ ଭିକାରୀ
ତଥାପି ତୁମକୁ କରନ୍ତି ଶାସନର ଅଧିକାରୀ ।

ମିଠା ମିଠା କଥା କହି ଭୋଟ ନେଉଛ ଗଣି
ଲୋକେ ଏଠି ପିଇବାକୁ ପାଆନ୍ତି ନାହିଁ ପାଣି,
ଲୋକମାନେ କରିଛନ୍ତି ତୁମକୁ ରାଜ୍ୟର ମଉଡମଣି
ସେଥିପାଇଁ ବୋଧେ ଏମିତି କରୁଛ ଜାଣି ଜାଣି ।

କେତେ ଯେ ବିଜୁବାବୁଙ୍କ ନାଁ କୁ ବିକି ଭାଙ୍ଗି ଖାଇବ
ଆଉ କେତେ ଦିନ ଯେ ଧରମ ସହିବ,
ମନେରଖ ଉପରେ ବସିଛି ଗୋଟେ ଦଇବ
ଭାବି ଏହା କାମ କର ଆଉ ଯେତିକି ଦିନ ରହିବ ।

ଜଳ ଠୁ ପରିମଳ, ଶିକ୍ଷା ଠୁ ସ୍ୱାସ୍ଥ୍ୟ ସବୁଠି ଏପରି ଅବସ୍ଥା
ଏହା କଣ ତୁମ ସୁ ଶାସନର ଅସଲ ବ୍ୟବସ୍ଥା,
ଆଉ ଲୋକଙ୍କୁ କେତେ ଯେ କରିବ ହୀନସ୍ତା
ମନେରଖ ଲୋକଙ୍କ ଧିରେ ଧିରେ ତୁଟିଲାଣି ତୁମଠୁ ଆସ୍ଥା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top