ଏକ ଅନ୍ଧକାର ରାତିର ଖୋଲା ବହିଟେ ମୁଁ
ସେଠି ଅନେକ ପ୍ରଶ୍ନ ହେଲେ ଉତ୍ତର ତୁ ।।
ସବୁ ଥାଇ ତୁ ନ ଥିଲେ ମୋର କିଛି ନାହିଁ
କିଛି ନ ଥାଇ ତୁ ଥିଲେ ମୋର କିଛି ଲୋଡ଼ା ନାହିଁ ।।
ସକାଳ ସୂରୁଜର କିରଣଟେ ପରି
ସ୍ଵପ୍ନ ରାଇଜର କଣ୍ଢେଇଟେ ପରି
ଶୀତଳ ସକାଳର କାକରଟେ ପରି
ବସନ୍ତ ଋତୁର ମୃଦୁ ମଳୟଟେ ପରି
ଚାହିଁ ମୁଁ ରହିଛି ତୋ ବାଟକୁ ଆଜି ଚାତକ ଟେ ପରି ।।
ମୁଁ ଜାଣେନି କଣ ଘଟିବାକୁ ଅଛି ,ମୋ ଭାଗ୍ୟରେ ଆଗକୁ
କିନ୍ତୁ ଏତିକି ଜାଣିଛି ଯୁଆଡେ ଗଲେ ବି ପ୍ରତି ଜନ୍ମରେ
ଫେରୁଥିବି ତୋହରି ପାଖକୁ ।।
ପ୍ରେମ ମନ୍ଦିରର ପୂଜାରୀ ମୁଁ ଯେ
ତୁ ମୋର ପୂଜା ଫୁଲ
ମୋ ପ୍ରେମକୁ ପ୍ରିୟେ ଆଡେଇ ଦେଏନି
ପାଏ ମୁଁ ତୋତେ ଭଲ ।।
ଦେଖା ହେବା ପାଇଁ ଭାବି ହୁଏ ମୁହିଁ
ଦେଖିଲେ ନିରବ ରୁହେ
ଯେତେ କଥା ଥିଲା କହିବାକୁ ବାକି
ସବୁକିଛି ଭୁଲିଯାଏ ।।
ଲୁହରେ ଲେଖିଛି ହୃଦୟର ଭାଷା
ରଖିନେବୁ କରି ସ୍ମୃତି
ତୋ ବିନା ମୋର ସବୁ ଜହ୍ନ ରାତି
ଭାବନାରେ ଯାଏ ବିତି ।।