ବ୍ୟଙ୍ଗକବିତା

ଡାଇବେଟିସ୍

Anupam Behera's odia satire poem Diabetes

ନିଜକୁ ଭଗବାନ କହୁଥିଲୁ ତୁ,
ମୋ ଆଖିରେ ଆଙ୍ଗୁଠି ଠେସି ।
ତୁଚ୍ଛା ଆଶୀର୍ବାଦ ନେଉଥିଲି ମୁଁ,
ତୋ ପାଦକୁ ମଥାରେ ଘଷି ।।

ଡାଇବେଟିସ୍

ତୋ ମିଠା କଥା ଶୁଣି ଶୁଣି,
ମତେ ହେଇଗଲା ଡାଇବେଟିସ୍ ।
ମେଞ୍ଚାଏ ମେକ୍ଅପ୍ ମୁହଁରେ ବୋଳି,
କଥା ହେଉଥିଲୁ ହସି ।
ମନ କିଣା ପ୍ରବଚନ ଦେଉଥିଲୁ,
ତୁ ସିଂହାସନ ପରେ ବସି ।
ତୋ ମିଠା କଥା ଶୁଣି ଶୁଣି,
ମତେ ହେଇଗଲା ଡାଇବେଟିସ୍ ।।

ନିଜକୁ ଭଗବାନ କହୁଥିଲୁ ତୁ,
ମୋ ଆଖିରେ ଆଙ୍ଗୁଠି ଠେସି ।
ତୁଚ୍ଛା ଆଶୀର୍ବାଦ ନେଉଥିଲି ମୁଁ,
ତୋ ପାଦକୁ ମଥାରେ ଘଷି ।।
ତୋ ମିଠା କଥା ଶୁଣି ଶୁଣି,
ମତେ ହେଇଗଲା ଡାଇବେଟିସ୍ ।।

ତୋ ଡାହା ମିଛ କଥାକୁ,
ସତ୍ୟ ଦେଲା ଦିନେ ଦଂଶି ।
ଆଇନ୍ ର ମାୟାଜାଲରେ,
ତୁ ଗଲୁ ଦିନେ ଫସି ।
ତୋ ବେଆଇନ୍ ସମ୍ପତ୍ତି ଦେଖି,
ମୋ ଆଖି ହେଇଗଲା ଖୋସି ।
ତୋ ଅସଲ ମୁଖାଟି ଖୋଲି ଦେଇ,
ତତେ ବାନ୍ଧିନେଲା ମାମୁଁ ପୁଲିସି ।
ବାକି ଜୀବନଟା ତୋ କଟିଯାଉ,
ଜେଲ୍‌ରେ ଚକ୍କି ପେଷି ।
ତୋ ମିଠା କଥା ଶୁଣି ଶୁଣି,
ମତେ ହେଇଗଲା ଡାଇବେଟିସି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top