କଥାଟି କିଛି ଏ ପ୍ରକାରର ।
ଏକଦା ବ୍ରହ୍ମାଙ୍କ ମାନସପୁତ୍ର ସନଙ୍କ , ସନାତନ, ସନନ୍ଦନ, ସନତ କୁମାର ବିଷ୍ଣୁଙ୍କୁ ଭେଟ ହେବା ଲାଗି ବୈକୁଣ୍ଠ ରେ ଯାଇ ପହଞ୍ଚିଲେ । ସେମାନଙ୍କ ବୈକୁଣ୍ଠରେ ପହଞ୍ଚିବା ସମୟରେ ଭଗବାନ ବିଷ୍ଣୁ ବିଶ୍ରାମ କରୁଥିବା ହେତୁ ଦୁଇ ଦ୍ୱାରପାଳ ଜୟ ଏବଂ ବିଜୟ ସେମାନଙ୍କ ପଥରୋଧ କରିଥିଲେ ।
ଯଦିଓ ଏହି ଚାରିଜଣ ସାଧୁଙ୍କ ଉଚ୍ଚ ଜ୍ଞାନପ୍ରାପ୍ତି ଥିଲା, କିନ୍ତୁ ଛୋଟ ବାଳକ ପରି ଦେଖାଯାଉଥିବା ହେତୁ ଜୟ ଏବଂ ବିଜୟ ସେମାନଙ୍କୁ ଠିକ ରେ ଚିହ୍ନି ପାରିନଥିଲେ ଏବଂ ସେମାନଙ୍କୁ ସାଧାରଣ ପିଲା ଭାବରେ ବ୍ୟବହାର କରିଥିଲେ ।
ଫଳ ସ୍ୱରୂପ ସାଧୁମାନେ କ୍ରୋଧିତ ହୋଇଥିଲେ ଏବଂ କହିଥିଲେ ଯେ “ହେ ମୂର୍ଖ ! ଆମେ ଭଗବାନ ବିଷ୍ଣୁଙ୍କର ଭକ୍ତ ଏବଂ ଭଗବାନ ବିଷ୍ଣୁ ତାଙ୍କ ଭକ୍ତମାନଙ୍କ ପାଇଁ ସର୍ବଦା ଉପଲବ୍ଧ, ଏତିକି କଥା କଣ ଆପଣ ମାନଙ୍କୁ ଜଣା ନାହିଁ ? ଏପରି ଦୁଷ୍କର୍ମକାରୀ ବିଷ୍ଣୁଲୋକରେ ରହିବାକୁ ଯୋଗ୍ୟ ନୁହଁନ୍ତି ।”
“ଆମେ ଆପଣଙ୍କୁ ଅଭିଶାପ ଦେଉଛୁ ଯେ, ଆପଣ ମାନେ ଏହି ଦିବ୍ୟ ଅବସ୍ଥାରୁ ଖସି ଧରାପୃଷ୍ଟରେ ଜନ୍ମ ହେବ” ।
ଜୟ ଏବଂ ବିଜୟ କ୍ରୋଧିତ ସାଧୁମାନଙ୍କର ଏହି ଭୟଙ୍କର ଅଭିଶାପ ଶୁଣି ଭୟଭୀତ ହେବା ସହିତ କାଳ ବିଳମ୍ବ ନ କରି ସେମାନଙ୍କ ନିକଟରେ କ୍ଷମା ମାଗିବା ଆରମ୍ଭ କଲେ ।
ସେହି ସମୟରେ ଭଗବାନ ବିଷ୍ଣୁ ମଧ୍ୟ ସେଠାରେ ଆସି ପହଞ୍ଚିଲେ ।
ଜୟ ଏବଂ ବିଜୟ ଭଗବାନ ବିଷ୍ଣୁଙ୍କ ପାଖରେ ନେହୁରା ହେଲେ ଯେ ଅଭିଶାପ ପ୍ରତ୍ୟାହାର କରିବାକୁ ସାଧୁଙ୍କୁ ଅନୁରୋଧ କରନ୍ତୁ ।
ଭଗବାନ ବିଷ୍ଣୁ ସେମାନଙ୍କୁ କହିଲେ, ସାଧୁଙ୍କ ଅଭିଶାପ ବୃଥା ହୋଇପାରିବ ନାହିଁ । ତୁମେ ଦୁହେଁ ବୈକୁଣ୍ଠ ଧାମରୁ ଯାଇ ଧାରା ପୃଷ୍ଠରେ ଜନ୍ମ ନେବାକୁ ପଡିବ ।
ଏହା ପରେ ତୁମେ ଦୁହେଁ ପୁଣି ମୋ ପାଖକୁ ଫେରି ଆସିବ ହେଲେ ତୁମ ମାନଙ୍କ ପାଖରେ ଦୁଇଟି ବିକଳ୍ପ ଅଛି ।
ପ୍ରଥମଟି ହେଉଛି, ଯଦି ତୁମେ ଦୁହେଁ ପୃଥିବୀରେ ମୋର ଭକ୍ତ ହୁଅ, ତେବେ ସାତ ଜନ୍ମ ପରେ ତୁମେ ଏଠାକୁ ଫେରିବ ।
ଦ୍ୱିତୀୟଟି ହେଉଛି, ଯଦି ତୁମେ ପୃଥିବୀକୁ ଯାଇ ରାକ୍ଷସ ବଂଶରେ ତିନି ଥର ଜନ୍ମ ଗ୍ରହଣ କର, ଯେଉଁଠାରେ ତୁମେ ମୋ ଦ୍ୱାରା ହତ୍ୟା ହେବ, ଏବଂ ଉକ୍ତ ତିନି ଜନ୍ମ ପରେ ମୋ ପାଖକୁ ବୈକୁଣ୍ଠକୁ ଫେରି ଆସିବ ।
ଜୟ ଏବଂ ବିଜୟ ସାତ ଜନ୍ମ ପର୍ଯ୍ୟନ୍ତ ପୃଥିବୀରେ ରହିବାକୁ ଚାହୁଁନଥିଲେ, ତେଣୁ ସେମାନେ ଦ୍ୱିତୀୟ ବିକଳ୍ପ ଗ୍ରହଣ କଲେ ।
ପ୍ରଥମ ଜନ୍ମ ସତ୍ୟ ଯୁଗରେ ଏହି ଜୟ ଏବଂ ବିଜୟ ହିରାନ୍ୟାକ୍ ଏବଂ ହିରନ୍ୟକଶିପୁ ଭାବରେ ଜନ୍ମଗ୍ରହଣ କରିଥିଲେ । ହିରାନ୍ୟାକ୍ କୁ ଭଗବାନ ବିଷ୍ଣୁଙ୍କ ବାରା ଅବତାର ଏବଂ ହିରନ୍ୟକଶିପୁକୁ ବିଷ୍ଣୁଙ୍କ ନରସିଂହ ଅବତାର ହତ୍ୟା କରିଥିଲେ ।
ଦ୍ଵିତୀୟ ଜନ୍ମ ତ୍ରେତୟା ଯୁଗରେ ଏହି ଜୟ ଏବଂ ବିଜୟ ରାବଣ ଏବଂ କୁମ୍ଭକର୍ଣ୍ଣ ଭାବରେ ଜନ୍ମ ଗ୍ରହଣ କରି ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ଦ୍ୱାରା ହତ୍ୟା ହୋଇଥିଲେ ।
ତୃତୀୟ ଜନ୍ମ ଦ୍ୱାପର ଯୁଗରେ ସେମାନେ ଶିଶୁପାଳ ଏବଂ ଦନ୍ତୱକ୍ର ଭାବେ ଜନ୍ମ ନେଇ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ଦ୍ୱାରା ହତ୍ୟା ହୋଇଥିଲେ ।
ରାବଣର ପୂର୍ବ ଜନ୍ମର କାହାଣୀ କିଛି ଏହି ପ୍ରକାରର ଥିଲା, ଯାହା ଆମକୁ ମଧ୍ୟ କହିଥାଏ ଯେ ସବୁକିଛି ଆମର ଅତୀତ ସହିତ ଜଡିତ । ସବୁକିଛିର ଏକ ଲିଙ୍କ୍ ଅଛି, ଯାହାକୁ ଆମେକର୍ମ ବୋଲି କହିଥାଉ । ପ୍ରତ୍ୟେକ କାର୍ଯ୍ୟର ପରିସ୍ଥିତି ହେଉଛି ଅତୀତର କାର୍ଯ୍ୟର କାରଣ । ଏବଂ ଯଦି ଆମେ ଏହି କର୍ମିକ୍ ଚକ୍ରରୁ ବାହାରକୁ ଯିବାକୁ ଚାହୁଁ, ଏକ ଆଧ୍ୟାତ୍ମିକ ଜୀବନ ବଞ୍ଚିବା, ଭଗବାନଙ୍କ ନିକଟରେ ସମର୍ପଣ କରିବା ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ହେଉଛି ଏକମାତ୍ର ଉପାୟ ।