ପ୍ରବନ୍ଧ

ସାଧାରଣ ଭାରତୀୟ

Shraddhananda Moharana's Odia Prose Sadhaarana Bharatiya

କେହି ସ୍ପେସିଆଲ ଫୋର୍ସ୍‌ ହେଉ କି ଏଲିଟ୍‌ କମାଣ୍ଡୋ ହୁଅନ୍ତୁ କେହି ବି ଜିଅନ୍ତା ଫିଦାଇନ୍‌ ଧରିଛନ୍ତି । ଆମ ଦେଶର ସାଧାରଣ କନେଷ୍ଟବଳ ଏକ ଜିଅନ୍ତା ଫିଦାଇନ୍‌ କସାବ କୁ ଧରିଥିଲେ ଆଉ ସେ ମହାନ ଲୋକଙ୍କ ନାଁ ହେଲା … ।

ଆପଣମାନେ ନିଶ୍ଚିତ ଚଳଚ୍ଚିତ୍ରର ସେଇ ଡାଇଲଗ୍‌ଟି ଶୁଣିଥିବେ — “ମାଇ ନେମ୍‌ ଇଜ୍‌ ଖାନ୍‌, ଆଣ୍ଡ୍‌ ଆଇ ଆମ୍‌ ନଟ୍‌ ଏ ଟେରରିଷ୍ଟ୍‌” । ରିଜୱାନ୍‌ ଖାନ୍‌ ଥିଲା ସେ, ଏହି ଡାଇଲଗ୍ କହିଥିଲା କାରଣ ସେ ଏକ ଅପବାଦର ଶିକାର ହେଉଥିଲା — ଆତଙ୍କବାଦ ଓ ଆତଙ୍କବାଦୀ ଅନୁଭୂତି ନେଇ । ସେ ଚାହୁଁଥିଲା ଲୋକେ ଏହି ଧାରଣାରେ ବିଶ୍ୱାସ ନକରନ୍ତୁ । ସେ ତ କାଳ୍ପନିକ ଥିଲା । ଏବେ ଆସୁଛି ସତ କଥା — ୨୬/୧୧

ଇସ୍ମାଇଲ୍‌ ଖାନ୍‌ ଥିଲା ସେ ଦଶ ଆତଙ୍କବାଦୀଙ୍କ ନେତୃତ୍ୱକାରୀ । ସେ କସାବକୁ ବାଛିଲା ଏବଂ ସମସ୍ତେ ମୁମ୍ବାଇର CSMT ରେଳ ଷ୍ଟେସନ୍‌କୁ ଆସିଲେ। ଗ୍ରେନେଡ୍ ଛାଡ଼ିଲେ, ଗୁଳି ଚାଲାଇଲେ । ଲୋକମାନେ ପ୍ରଥମେ ଏସବୁ ଘଟଣାକୁ ଅବିଶ୍ୱାସ କଲେ, ଅନେକ ଲୋକ ଭାବିଥିଲେ ଏହା ଏକ ଗ୍ୟାଙ୍ଗ୍‌ ଯୁଦ୍ଧ ବୋଲି । ଆତଙ୍କବାଦୀ ଏହାକୁ ପସନ୍ଦ କରିଲେ ନାହିଁ । ସେମାନେ ଉପଦ୍ରବ କଲେ । ଇସ୍ମାଇଲ୍ ଖାନ୍‌ ଏବେ ଯେଉଁ ସନ୍ଦେଶ ସିଧା ସଳଖ ଦେବାକୁ ଚାହୁଁଥିଲେ, ତାହା ଥିଲା — “ମାଇ ନେମ୍‌ ଇଜ୍‌ ଖାନ୍‌ ଆଣ୍ଡ୍‌, ଏସ୍‌ ଆଇ ଆମ୍‌ ଏ ଟେରରିଷ୍ଟ୍‌”।

କାରଣ ସେମାନେ ଜାଣିଥିଲେ — ଯଦି ଲୋକେ ଥରେ ଏ କଥାକୁ ବିଶ୍ୱାସ କରିବେ ତେବେ, ପରେ ଯାହା ଘଟିବ ତାହା ଠିକ୍‌ ସେହି ପରି ହିଁ ଘଟିବ ଯେପରି ସେମାନେ ସମାଜକୁ ଦେଖାଇବାକୁ ଚାହିଁବେ । ସେଥିରେ ମିଡିଆ, ସିନେମା, ଟିଭି, ପୁସ୍ତକ, ମାଗାଜିନ୍ — ସମସ୍ତେ ତାଙ୍କ ଦେଖାଉଥିବା ଚିତ୍ର କୁ ହିଁ ଆଗକୁ/ସମାଜକୁ ଦେଖାଇବେ ।

ଯଦି ଆମେ ଭାବୁଛୁ ଏମାନେ ଲୋକକୁ ମାରିବାକୁ ଆସନ୍ତି, ତେବେ ଏହା ଭୁଲ । ସେମାନେ ଏଠାକୁ ଆସନ୍ତି ଆମ ଧାରଣା ବଦଳାଇବାକୁ, ଲୋକଙ୍କୁ ହତ୍ୟା କରିବା ଏକ ଉପାୟ ସେହି ଧାରଣା ତିଆରି କରିବା ପାଇଁ । କିନ୍ତୁ ସେଇ ଧାରଣା ତିଆରି କରୁଛି କିଏ ? ସେମାନେ ନା ଆମେ । ଆମେ ନିଶ୍ଚିତ ।

୨୬/୧୧ ପରବର୍ତ୍ତୀ ଦିନ, ଦେଶର ସବୁଠୁ ପ୍ରସିଦ୍ଧ ଇଂରାଜୀ ଖବର କାଗଜର ମୁଖ୍ୟ ଶିରୋନାମା — “It’s war” । କ’ଣ ଦଶ ଜଣ ଲୋକ ଯଦି ବନ୍ଧୁକ ଏବଂ ବ୍ୟାଗରେ ଗ୍ରେନେଡ଼ ନେଇ ଆସନ୍ତି ତେବେ ଏହି ଶିରୋନାମା ଯଥାର୍ଥ ? ସ୍ଥଳ, ଜଳ ଓ ବାୟୁ ସେନା ତେବେ କ’ଣ ପାଇଁ ଦରକାର, କୁହତ ?

ଅନ୍ୟ ଏକ ଖବର କାଗଜର ମୁଖ୍ୟ ପୃଷ୍ଠାର ପ୍ରଥମ ଶିରୋନାମା — “FEAR” । ଅକ୍ଷର ଖବର କାଗଜର ନାମଠାରୁ ଅଢେଇ ରୁ ତିନିଗୁଣା ବଡ଼ ଏବଂ ଯଥେଷ୍ଟ ମୋଟା । ତଳେ ଜଣେ ସାଧାରଣ ଭାରତୀୟଙ୍କ ଭୟଭୀତ ଚେହେରା କେବଳ ଆଖିର ଭାଗର ଚିତ୍ର । ଆତଙ୍କବାଦୀ ମାନେ ଯେପରି ଚାହୁଁଥିଲେ ଠିକ୍‌ ସେପରି ହିଁ ଶିରୋନାମା ଏବଂ ଚିତ୍ର ଦିଆଯାଇଥିଲା । ସେମାନେ ନିଶ୍ଚିତ ଠିଆ ହୋଇ କରତାଳି ଦେଇଥିବେ ଏବଂ ସାବାସୀ ଦେଇ କହିଥିବେ “ଭଲ ହେଲା , ଭଲ କାମ ମେଡିଆ ବାଲା, ନିଜ ଦେଶର ଲୋକଙ୍କୁ ଠିକ ଏମିତି ଡରାଅ ଆମେ ତ’ ଏଇଆ ହିଁ ଚାହୁଁ ” ।

ସେମାନେ ଚାହୁଁଥିଲେ ଯେ ଲୋକେ ଏହା ହିଁ ବିଶ୍ୱାସ କରନ୍ତୁ ଯେ “ଦଶ ଜଣ ଆସିଲେ ଏବଂ ୧.୭୫ କୋଟି ମୁମ୍ବାଇର ଲୋକ, ନପୁଂସକ ଥିଲା, ଅସହାୟ ହେଇଗଲା, ସେନା ଆସିବା ପର୍ଯ୍ୟନ୍ତ କିଛି କରିପାରିଲା ନାହିଁ।” ସେମାନେ ଏ ଧାରଣା ଦେବାକୁ ଚାଉଁଥିଲେ ଯେ ସେମାନେ ଭାରତୀୟ ମାନଙ୍କ ଠାରୁ ଯଥେଷ୍ଟ ସାହସୀ, ଯୋଦ୍ଧା, ବୁଦ୍ଧିମାନ ଥିଲେ ଆଉ ଆମେ ଭାରତୀୟ ଦୁର୍ବଳ , ଅପଦାର୍ଥ, ଭୀରୁ ବୋଲି । ସେମାନେ ଯାହା ଧାରଣା ଦେବା ପାଇଁ ଚାହୁଁଥିଲେ ଆମେ ଠିକ୍‌ ତାଙ୍କୁ ତାହା ହିଁ ଦେଲୁ, ହେଲେ ଏ କଥା କ’ଣ ସତ ?

ମୁଁ ଉଦାହରଣ ଦେଇ ଆପଣମାନଙ୍କୁ ବୁଝାଇବି ।

କାମା ହସ୍ପିଟାଲରେ, ମହିଳା ଏବଂ ଶିଶୁଙ୍କ ସରକାରୀ ଡାକ୍ତରଖାନା । ଅନେକ ଗର୍ଭବତୀ ମହିଳା ଥିଲେ। ଆତଙ୍କବାଦୀ ମାନେ ସେ ଡାକ୍ତରଖାନାରେ ପଶିଲେ । ଡାକ୍ତରଖାନାର କର୍ମଚାରୀମାନେ ଆତଙ୍କବାଦୀମାନଙ୍କୁ ଉପର ମହଲାରୁ ଦେଖିଲେ । ସେମାନେ କିଛି ମହତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉପକରଣ କୁ ଛାଡି ସମସ୍ତ ଆଲୁଅର ସ୍ଵିଚ ବନ୍ଦ କରି ଦେଇଥିଲେ/ ଲିଭାଇ ଦେଇ ଥିଲେ, ଯାହାବି କିଛି ଦୁଆର ମୁହଁ ପାଖରେ ରଖି ଅବରୋଧ କରି ହେବ ସେପରି ଆସବାବ ରଖି ସୁରକ୍ଷିତ କଲେ । ଫୋନ୍‌ ମାନଙ୍କର ସ୍ଵିଚ ମଧ୍ୟ ବନ୍ଦ କରିବାକୁ କହି ଦେଇଥିଲେ ।

Swati Shahbaje

ଆମେ କବାଟ ଝରକା ସବୁ ବନ୍ଦ କଲୁ । ଟ୍ରଲି, ବେଡ଼, ଏକ୍ସ ରେ ମେସିନ ଯାହାବି ଥିଲା ସବୁ ଦୁଆରମୁହଁରେ ରଖିଦେଲୁ କାରଣ କିଛି କବାଟ ର କିଲିଣି ଖରାପ ଥିଲା ।

 

 

 

 

 

 

 

Anjali Kulthe

ସମସ୍ତ ଗମ୍ଭୀର ରୋଗୀମାନଙ୍କୁ ମୁଁ ରୋଷେଇ ଘରକୁ ନେଇଗଲି । ମୁଁ ତାଙ୍କୁ ଆଶ୍ୱାସନା ଦେଲି ଏବଂ ଫୋନ୍‌ ବନ୍ଦ୍‌ କରିବାକୁ କହିଲି ।

ବଳକା ରୋଗୀମାନଙ୍କୁ ସେମାନେ ଖଟରୁ ଉଠି ତଳ ଚଟାଣ ରେ ଶୋଇବାକୁ କହିଲେ କାରଣ ସେମାନେ ଜାଣିଥିଲେ ଆତଙ୍କବାଦୀ ଯଦି ପଶି ଆସିବେ ତେବେ ନିଶ୍ଚିତ ଖଟ ଉପରକୁ ହିଁ ଗୁଳି ବର୍ଷାଇବେ ।

 

 

 

 

 

 

Swati Shahbaje

ମୁଁ ପିଲାଙ୍କ ଝୁଲଣା ଖଟ ତଳକୁ ଓହ୍ଲାଇ ଦେଲି ଏବଂ ପିଲାଙ୍କୁ ବସେଇ ଖୋଇବାକୁ କହିଲି ।

 

 

 

 

 

 

 

 

Jayashree Kurundkar

ଶିଶୁମାନଙ୍କୁ ସ୍ତନପାନ କରାଇବା ପରାମର୍ଶ ଦିଆଗଲା କାହିଁକି ନା ସେ ସମୟରେ ପିଲା କୌଣସି ଶବ୍ଦ କରିବେ ନାହିଁ।

ଆତଙ୍କବାଦୀମାନେ ଏ ପର୍ଯ୍ୟନ୍ତ ସେମାନେ ଥିବା ଘର କୁ ପ୍ରବେଶ କରି ପାରି ନାହାନ୍ତି ।

ରାତି 9:30 ରୁ ଭୋର 3 ଟା ପର୍ଯ୍ୟନ୍ତ ସବୁ ଆତଙ୍କବାଦୀ ଏଇଠି ହିଁ ଥିଲେ । ଭାରତର ଯେ କୌଣସି ଛୋଟ ମୋଟ ଚୋର ମଧ୍ୟ କେବଳ ପାଞ୍ଚ ମିନିଟ ରେ ଭିତରକୁ ପ୍ରବେଶ କରି ଦେଇପାରିଥାନ୍ତା । ଏହି ସବୁ ଦୁର୍ଦ୍ଦଶା ମଧ୍ୟରେ, ଦୁଇ ଜଣ ମହିଳା ପ୍ରସବ ପିଡାରେ ଥିଲେ । ପ୍ରସବ କୋଠରୀ ଅନ୍ୟ ଏକ ମହଲାରେ ଥିଲା । ଡାକ୍ତରଖାନାର ମହିଳା କର୍ମଚାରୀ ସାହାସ ଦେଖାଇ ଏହି ମହିଳାଙ୍କୁ ସେ କୋଠରୀକୁ ନେଲେ ଏବଂ ପରିଶେଷରେ ଏହି ଦୁଇ ମହିଳା ଶିଶୁ ଜନ୍ମ କଲେ । ଗୁଳି ଚାଲୁଥିଲା, ଆତଙ୍କ ଥିଲା, କିନ୍ତୁ ଏହି ମହିଳାମାନେ ଜନ୍ମ ଦେଲେ — ଏହି ହେଉଛି ଜଣେ ସାଧାରଣ ଭାରତୀୟ ନାରୀ।

 

 

 

 

Anjali Kulthe

ଆଉ ମୁଁ ଫୋନ୍‌ରେ ଜଣାଇଲି ଯେ ମୁଁ ରୋଗୀ ନେଇ ପ୍ରସବ କୋଠରୀ କୁ ଯାଉଛି , ମୁଁ ତା ହାତ ଧରିଥାଏ ମୁଁ ଆଗେ ଆଗେ ସେ ମୋ ପଛେ ପଛେ ସିଡିରୁ ଓହ୍ଳାଇଲୁ । ଓହ୍ଲାଇ କାନ୍ଥକୁ ସଟେଇ କି ଦୁହେଁ ଠିଆ ହେଇ ଚାଲିଲୁ କାରଣ କୌଣସି ସମୟରେ ଗୁଳି ଆସି ଲାଗି ପାରିଥାନ୍ତା ।

 

 

 

 

 

 

 

Jayashree Kurundkar

ଗୁଳି ବର୍ଷା ହେଲା ଏବଂ ଶବ୍ଦ ଜୋର୍‌ରେ ହେଲା ।

ଯେତେବେଳେ ସେ ଆତଙ୍କବାଦୀ ଏଠି ଜୀବନ ନେବା ପାଇଁ ଆସିଥିଲେ ସେତେବେଳେ ମୋ ଦେଶର ଦୁଇ ସାଧାରଣ ମହିଳା ଦୁଇ ମୂଲ୍ୟବାନ ଜୀବନ ଜନ୍ମ ଦେଲେ ।

 

 

 

 

 

 

Anjali Kulthe

ସେ ଦିନ ମୋତେ ଗୁଳି ବାଜିଥିଲେ ସେମିତି କିଛି ହେଇ ନ ଥାନ୍ତା ମୃତ୍ୟୁ ତ ନିଶ୍ଚିତ ଯଦି କିଛି କରିକି ମରିବାର ଅଛି ତେବେ ପଛେଇବି କଣ ପାଇଁ , ସମୟ ମୋର ଥିଲା, ଜୋସ୍‌ ମଧ୍ୟ ଥିଲା ଆଉ ଯାହା କରିବାର ଥିଲା ମୋତେ ହିଁ କରିବାର ଥିଲା ।

 

 

 

 

 

 

 

 

Jayashree Kurundkar

ମୁଁ ଏଭଳି ଭାବେ ପ୍ରସ୍ତୁତ ଥିଲି ଯେ ଯଦି କସବ ଆସିବ, ତେବେ ମୁଁ ସାଲାଇନ ବୋତଲ ଫୋପାଡ଼ି । କିଛି ତ ପ୍ରତିରୋଧ କରିବୁ ବୋଲି ନିଶ୍ଚିତ କରି ସାରିଥିଲୁ ।

 

 

 

 

 

 

 

Madhuri Rahate

ଡରିବାର କିଛି ନାହିଁ ଆମେ ଅଛୁ ତମ ସାଥିରେ । ଆମର ଏହି ଗୋଟେ ଧାଡ଼ିର ଆଶ୍ୱାସନା ତାଙ୍କ ପାଇଁ ଯଥେଷ୍ଟ ଥିଲା ।

ଦୟାକରି ସେହି ଗର୍ବକୁ ଅନୁଭବ କରନ୍ତୁ ଯାହା ଏ ସବୁ ଧାରଣା ନିର୍ମାତା ଉଦ୍ୟୋଗ ଆପଣ ମାନଙ୍କୁ ଦେବାରେ ବିଫଳ ଅଛନ୍ତି । ଏଠି ମୁଁ ସାଧାରଣ ଭାରତୀୟ ମହିଳାଙ୍କ କଥା କହିଲି ସବୁ ସାଧାରଣ ଲୋକେ ଜାଣିବା କଥା । ଅବସ୍ଥା ଦେଖି ବ୍ୟବସ୍ଥା କରିବା ଯେଉଁଥିରେ ଆମେ ସିଦ୍ଧହସ୍ତ ।

 

 

 

 

 

 

ହରିଶଚନ୍ଦ୍ର ଶିବାର୍ଧନକର

ହଁ ଅନ୍ୟ ଜଣେ ବ୍ୟକ୍ତି, ସେ ଡାକ୍ତରଖାନାର କର୍ମଚାରୀ ନୁହନ୍ତି ହରିଶଚନ୍ଦ୍ର ଶିବାର୍ଧନକର, ସେ ଆସିଥିଲେ ଏକ ସାଧାରଣ ସରକାରୀ କର୍ମଚାରୀ ଭାବେ, ସେ ଘରକୁ ଫେରୁଥିଲେ ହେଲେ ଯେତେବେଳେ ଜାଣିଲେ ଯେ CSMT ଷ୍ଟେସନ୍‌ ଯେତେବେଳେ ଘେରାବନ୍ଦୀ ଥିଲା ତେଣୁ ଘଟଣାକ୍ରମେ ସେ ଭାବନ୍ତି ଯେ ଏହି ଡାକ୍ତରଖାନା ଦେଇ ଯିବା ସୁରକ୍ଷିତ । ସେ ଏହି ରାସ୍ତା ଭିତର ଧସେଇ ପଶି ଆସି ଆତଙ୍କବାଦୀଙ୍କ ସମ୍ମୁଖକୁ ଆସିଥିଲେ , ସେ ଜାଣିପାରିଥିଲେ ଯେ ମୃତ୍ୟୁ ଅନିର୍ବାଯ୍ୟ । ମୃତ୍ୟୁ ନିଶ୍ଚିତ ବୋଲି ଯେତେବେଳେ ଆପଣ ସୁନିଶ୍ଚିତ ହେବେ ସେତେବେଳେ ଆପଣ ଅତ୍ୟନ୍ତ ଶକ୍ତିଶାଳୀ ହୋଇଯିବେ ଭୟ କାହାକୁ, ସେଇଟା ହିଁ ସବୁଠାରୁ ବଡ଼ ଅସ୍ତ୍ର । ସେ ନିଶ୍ଚିତ କଲେ ଯେ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବେ, ସେ ଜଣକୁ ଗୋଇଠା ମାରିଲେ, ତା ହାତରୁ AK -47 ଗଳି ପଡିଲା । ଅନ୍ୟଜଣେ ଆତଙ୍କବାଦୀ ଆସି ତାଙ୍କୁ ପଛରୁ ମାଡି ବସିଲା, ଗଳାରେ ଛୁରୀ ଲଗାଇ ଦେଲା, ହରିଶ୍ଚନ୍ଦ୍ରଙ୍କ ପାଖରେ ଅଫିସ୍‌ ବ୍ୟାଗ୍‌ ଥିଲା ସେ ବ୍ୟାଗ୍‌କୁ ବୁଲାଇ ତା ମୁହଁ ରେ ମାରିଲେ, ଆତଙ୍କବାଦୀ ପଛକୁ ପଡି ଯାଇଥିଲା, ଦୁଇ ଆତଙ୍କବାଦୀ ପ୍ରାଣ ବିକଳରେ ବନ୍ଧୁକ ଚଳାଇ ଦୌଡ଼ିଥିଲେ ଆଉ ୟାଡ଼େ ହରିଶ୍ଚନ୍ଦ୍ରଙ୍କ ଗଳା ଛୁରୀର ଆଘାତରେ କଟି ଯାଇଥିଲା ଏବଂ ଗୁଳିମାଡ଼ ଖାଇ ତଳେ ପଡି ଯାଇଥିଲେ । ସେ ଭୀରୁ ଆତଙ୍କବାଦୀଙ୍କ ଏତିକି ବି ସାହାସ ନ ଥିଲା ଯେ ଯେଉଁ ବୃଦ୍ଧକୁ ଲୋକଙ୍କୁ ସେମାନେ ଛୁରୀ ମାରି ଗଳା କାଟି ବନ୍ଧୁକ ଗୁଳି ମାରି ଆହତ କରି ତଳେ ପକାଇ ସାରିଛନ୍ତି ତାଙ୍କ ପାଖକୁ ଆସିବାକୁ, ତାଙ୍କୁ ସାମ୍ନା କରିବାକୁ , ଜୀବନ ବିକଳେ ଦୌଡ଼ି ପଳାଇଗଲେ । ଖାଲି ଏତିକି ନୁହେଁ ସମୟ କ୍ରମେ ଭଲ ହେଲା ପରେ ହରିଶ୍ଚନ୍ଦ୍ର ସେ ଅଦାଲତ କୁ ଆସି କସାବ ସାମ୍ନାରେ ଠିଆ ହୋଇ ତା’ ଆଖିରେ ଆଖି ମିଶାଇ , “ହଁ ଏ ହେଉଛି ସେହି ଆତଙ୍କବାଦୀ” ବୋଲି ସାକ୍ଷୀ ଦେଇଥିଲେ ।

ଏହା ହିଁ ହେଉଛି ସାଧାରଣ ଭାରତୀୟର ସାହସିକତା ।

ଆତଙ୍କବାଦୀଙ୍କ ସାହାସ ଏବଂ ଭାରତୀୟଙ୍କ ସାହସ ବିଷୟରେ ଆପଣ ଅନୁମାନ ନିଶ୍ଚୟ ଲଗାଇ ସାରିଥିବେ । ଏହି ଧାରଣା ତିଆରି କରିବାକୁ ମେଡ଼ିଆ ଅସମର୍ଥ ଥିଲା ।

ଏହା ଆଜିର କାହାଣୀ ନୁହେଁ। ଶହ ଶହ ବର୍ଷ ହେଲାଣି ସମସ୍ତେ (ଶତ୍ରୁ) ଚାହୁଁଛନ୍ତି ଆମେ ନିଜ ବିଷୟରେ ହୀନମନ୍ୟତାର ଶିକାର ହେଉ। ଲୋକମାନେ କୁହନ୍ତି ୩୦୦  – ୪୦୦ ବର୍ଷ ତଳର ଇତିହାସ ଆମକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି ହେଲେ ମୁଁ ଆମ ପିଡ଼ିର ଘଟଣା ବିଷୟ ଆମକୁ କିପରି ଭୁଲ ଭାବେ ଉପସ୍ଥାପନା କରାଯାଇଥିଲା ମୁଁ ଆପଣ ମାନଙ୍କୁ ସେ ବିଷୟରେ କହିଲି ।

ଏବେ ଦେଶର ଯେକୌଣସି ସ୍ଥାନକୁ ଯାଅ, କାହାକୁ ବି ପଚାରି ପାର, ଦେଶର ପ୍ରାୟ ସମସ୍ତେ କସାବକୁ ଜାଣନ୍ତି, କିମ୍ବା ତାଙ୍କୁ ଆତଙ୍କବାଦି କସାବ ର ଫଟୋ ଦେଖାଇଲେ ମଧ୍ୟ କିଛି ଲୋକ ଚିହ୍ନି ପାରିବେ । ହେଲେ ଆପଣ ଯଦି ପ୍ରଶ୍ନ ପଚାରି ବସିବେ ଯେ କସାବକୁ କିଏ ଧରିଥିଲା ତେବେ …, ପ୍ରାୟ କେହି ସେ ଲୋକର ନାମ କହିବାରେ ଅସମର୍ଥ ହେବେ ।

ପ୍ରତ୍ୟେକ କାହାଣୀରେ ରାମ ଏବଂ ରାବଣ ଅଛନ୍ତି । ହେଲେ ଏହି କାହାଣୀରେ କେବଳ ରାବଣ କୁ ଏତେ ପ୍ରାଧାନ୍ୟ ଦିଆଗଲା ଯେ ରାମଙ୍କୁ ସମସ୍ତେ ଭୁଲିଗଲେ । ହେଲେ ଏଠି ରାବଣ ର ଏତେ ପ୍ରଚାର ପ୍ରସାର କଣ ପାଇଁ କରାଗଲା । ଏହା କଣ ପାକିସ୍ଥାନୀ ମାନେ କରିଥିଲେ, ISI କରିଥିଲା କି ? ଆତଙ୍କବାଦୀ ମାନେ କରିଥିଲେ କି ? ନା. ନା.. ନା… ଓ ଆମେ ନିଜେ ହିଁ କରିଥିଲେ ।

ଆପଣ ମନେ ପକାଇ ପାରନ୍ତି ବିଗତ ୨୦-୨୫ ବର୍ଷ ଭିତରେ ଯେଉଁ ସବୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି , ଫିଦାଇନ୍ ଆକ୍ରମଣ ( ଏକ ପ୍ରକାର ଆତ୍ମଘାତୀ ଆକ୍ରମଣକୁ କୁହାଯାଏ, ଯେଉଁଠି ଏକ ଆତଙ୍କବାଦୀ (କିମ୍ବା ଆତଙ୍କବାଦୀ ଦଳ) ନିର୍ଦ୍ଧିଷ୍ଟ ସ୍ଥାନ କିମ୍ବା ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରନ୍ତି, ଯେଉଁଥିରେ ସେମାନେ ଜାଣିଛନ୍ତି ଯେ ସେ ଆକ୍ରମଣରେ ନିଜେ ମରିଯିବେ, କିନ୍ତୁ ସର୍ବାଧିକ ହାନି କରିବା ଉଦ୍ଦେଶ୍ୟ ଥାଏ), ୯/୧୧ ହେଉ ପ୍ୟାରିସ୍‌ରେ ଆକ୍ରମଣ ହେଉ ଯାହା ବି କିଛି ଆପଣଙ୍କ ମନେ ପଡୁଛି , ମନେ ପକାଇ କହି ପାରିବେ କି କେହି ସ୍ପେସିଆଲ ଫୋର୍ସ୍‌ ହେଉ କି ଏଲିଟ୍‌ କମାଣ୍ଡୋ ହୁଅନ୍ତୁ କେହି ବି ଜିଅନ୍ତା ଫିଦାଇନ୍‌ ଧରିଛନ୍ତି ।

ତୁକାରାମ ଓମ୍ବଲେ

ଆମ ଦେଶର ସାଧାରଣ କନେଷ୍ଟବଳ ଏକ ଜିଅନ୍ତା ଫିଦାଇନ୍‌ କସାବ କୁ ଧରିଥିଲେ ଆଉ ସେ ମହାନ ଲୋକଙ୍କ ନାଁ ହେଲା ତୁକାରାମ ଓମ୍ବଲେ ।

ଆମକୁ କ’ଣ ଗର୍ବରେ ଛାତି ବାଡେଇ ସାରା ବିଶ୍ୱ ବୁଲିବା ଉଚିତ୍ ନ ଥିଲା ଆଉ ପ୍ରଚାର ପ୍ରସାର କରିଥାନ୍ତେ ଏ କଥା କିପରି ଜଣେ “ସାଧାରଣ ଭାରତୀୟ ଜଣେ ଜୀବନ୍ତ ଫିଦାଇନ ଧରିଛନ୍ତି” । ଏକଥା କଣ ଜଣେ ସାଧାରଣ ଭାରତୀୟ ଏବଂ ଭାରତ ବିଷୟରେ ଏକ ଭଲ ଧାରଣା ସୃଷ୍ଟି କରେନା ? ଆମେ ଏହି ସୁଯୋଗ କାହିଁକି ହରାଇଲୁ? ଆମେ କେଉଁ ଜଟିଳତାରେ ରହୁଛୁ ? ମୁଁ ଆପଣଙ୍କୁ ଏକ ତୁଳନା ଦେଉଛି।

କସାବ ଏବଂ ତୁକାରାମ ଓମ୍ବଲେ ।

କସାବ ତାଲିମର ସର୍ବୋତ୍ତମ ସୁଯୋଗ ପାଇ ୨ ବର୍ଷ ପାଇଁ ଟ୍ରେନିଂ ନେଇଥିଲା । ତାଙ୍କର ଯୌବନ ଏବଂ ଶାରୀରିକ ସ୍ୱାସ୍ଥ୍ୟର ଶ୍ରେଷ୍ଠତା । ମାନସିକ ଭାବରେ ସେ ଗତ ଦୁଇ ବର୍ଷ ଧରି ଏହି ଯୁଦ୍ଧରେ ସାମିଲ ହେଉଥିଲେ । ଶାରୀରିକ ଭାବରେ, ସେ CSMT ରେଳ ଷ୍ଟେସନ୍‌ରେ ଯେବେ ପ୍ରଥମ ଗୁଳି ଚଳାଇଥିଲା , ସେହି ସମୟରୁ ହିଁ ସେ ୟେ ଯୁଦ୍ଧରେ ସାମିଲ ଥିଲା ।

ତୁକାରାମ ଓମ୍ବଲେ କିଏ ?

କସାବର ବାପାଙ୍କଠାରୁ ବୟସ୍କ। ତାଙ୍କର ପେଟ ଟିକିଏ ଆଗକୁ ବଢିଥିଲା ଏବଂ ସ୍ୱାସ୍ଥ୍ୟର ଶ୍ରେଷ୍ଠତା ତ ଆଦୌ ନୁହେଁ । ମାନସିକ ଭାବରେ ସେ ଏପର୍ଯ୍ୟନ୍ତ ଯୁଦ୍ଧରେ ସାମିଲ ନୁହଁନ୍ତି କାରଣ ସେ କେବଳ ଏତିକି ଜାଣିଥିଲେ ଯେ କାରରେ ଥିବା ଏହି ଦୁଇ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାରଣ ଇସମାଇଲ୍‌ ଖାନ୍‌ ଚାଳକ ସିଟ୍‌ରେ ଏବଂ କସାବ ଚାଳକ ପାଖ ସିଟ୍‌ରେ ଥିଲା । ଇସମାଇଲ୍‌ ଖାନ୍‌ ମରି ଯାଇ ଥିଲା । ତେଣୁ ସେ ଢଳି ପଡ଼ିଯାଇଲା। ତେଣୁ କସାବ ମଧ୍ୟ ଜାଣିପାରିଲା ନାହିଁ କି କ’ଣ କରିବ। ତେଣୁ ସେ ମଧ୍ୟ ମରିଯାଇଥିବା ପରି ଆକ୍ଟିଙ୍ଗ୍‌ କରୁଥିଲା । ତୁକାରାମ ଆଗକୁ ଆସିଥିଲେ କେବଳ ଏହି କାରଣ ପାଇଁ ଯେ ଦୁଆର ଖୋଲି ଦୁଇ ମୃତ ଦେହ ବାହାରକୁ ବାହାର କରିବେ । ସେ ଏହି ମାନସିକତାରେ ନଥିଲେ ଯେ ସେଠାରେ ତାଙ୍କୁ ଲଢ଼ିବାକୁ ହେବ ବୋଲି । ଯଦି ତାହା ହୋଇଥାନ୍ତା, ତେବେ ସେ ବାଡ଼ି ଧରି ଆଗକୁ ବଢ଼ି ନଥାନ୍ତେ ।

ତେଣୁ ଯେତେବେଳେ ସେ ଦ୍ୱାର ଖୋଲିଥିଲେ କସାବ ଉଠି ନିଜ ବନ୍ଧୁକ ତାଙ୍କ ଛାତିରେ ଲଗାଇ ଦେଲା ଏବଂ ଗୁଳି ବର୍ଷାଇବା ଆରମ୍ଭ କଲା ଠିକ୍‌ ସେହି ସମୟରେ ତୁକାରାମ ଜାଣିଲେ ଯେ ତାଙ୍କୁ ଯୁଦ୍ଧ କରିବାର ଅଛି । କସାବ ଡ୍ରାଇଭର ର ପାଖ ସିଟ୍‌ରେ ବସିଛି ଦୃଢ଼ ଭାବରେ ଏବଂ ଦୁଆର ପାଖରେ ତୁକାରାମ ଠିଆ ହୋଇଛନ୍ତି । ପଦାର୍ଥ ବିଜ୍ଞାନ ଦର୍ଶାଇଥାଏ ଯେ ଯେବେ ଦୁଇ ଲୋକ ଟଣା ଓଟରା ହୁଅନ୍ତି ସେତେବେଳେ ତଳ ଆଡକୁ ଯିଏ ଥାଏ ତାକୁ ହିଁ ଅଧିକା ଫାଇଦା ହୁଏ , ତ ଅଧିକ ଫାଇଦା କସାବକୁ ମିଳିବା କଥା । ହେଲେ ୨୩ ଟି ଗୁଳି ଛାତିରେ ନେଇ ତୁକାରାମ ତା’ ବନ୍ଧୁକର ନଳୀ /ମୁହଁକୁ ଜାବୁଡି ଧରିଥିଲେ ଓ ଜିଅନ୍ତା ଧରାଇବାରେ ସାହାଯ୍ୟ କଲେ । ଏଠି କହିରଖେ ଯେ ଏତେ ଗୁଳି ବାହାରିବା ପରେ ବନ୍ଧୁକ ନଳୀ ନିଶ୍ଚିତ ପାଚି ଏବଂ ତାତି ଯାଇଥିବ । ସେହିଁ ହିଁ ହେଉଛି ସାଧାରଣ ଭାରତୀୟ ର ପରିଚୟ, ଆପଣଙ୍କୁ ଅନୁଭବ କରିବାକୁ ପଡିବ ।

ଏ ହିଁ ହେଉଛି ସାଧାରଣ ଭାରତୀୟର ପରିଚୟ । ଗର୍ବ ଗୌରବ କାହିଁକି ନ କରିବା ?

ଦୟାକରି ଅନୁଭବ କରନ୍ତୁ । ମୁଁ ଆପଣମାନଙ୍କୁ ଆପଣମାନଙ୍କ ସହିତ ପରିଚୟ କରାଇଦେଲି । ଚେତନା ଜାଗ୍ରତ କରାନ୍ତୁ । ପୃଥ୍ୱୀରାଜ ଚୌହାନଙ୍କ ପରି ହେବା ଦରକାର ନାହିଁ । ଯିଏ ଯେଉଁ ଭାଷା ବୁଝିବ ତାକୁ ସେହି ଭାଷାରେ ହିଁ ଉତ୍ତର ଦେବା ଆବଶ୍ୟକ । “କ୍ଷମା ୱିରସ୍ୟ ଭୂଷଣଂ” ଏସବୁ ବର୍ତ୍ତମାନ ର କଳିଯୁଗ ପାଇଁ ନୁହେଁ । ସାମ୍ନାରେ ଯିଏ ଅଛି ସିଏବି କ୍ଷମାର ଅଧିକାରୀ ହେବା ଦରକାର । ଦେଶର ପ୍ରତ୍ୟେକ ବ୍ୟକ୍ତି ଏହା ଅନୁଭବ କରିବା ଉଚିତ । ସମସ୍ୟା ଯେପରି ସମାଧାନ ମଧ୍ୟ ସେପରି ହେବା ଆବଶ୍ୟକ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top