ସମଗ୍ର ଭାରତୀୟ ଉପମହାଦେଶର ସାଂସ୍କୃତିକ ସଂଘ ଏକ ଜଣାଶୁଣା, କିନ୍ତୁ କାମ୍ବୋଡିଆ, ଲାଓସ୍ ଏବଂ ଭିଏତ୍ନାମ ଅଞ୍ଚଳ କିପରି ଏକ ସଂପୂର୍ଣ୍ଣ ସନାତନ ଭୂମି ଥିଲା ତାହା ଇତିହାସର ପୃଷ୍ଠାରେ ଅଧିକ ପ୍ରଶଂସନୀୟ ନୁହେଁ । ଅବଶ୍ୟ, ବିଶିଷ୍ଟ ଐତିହାସିକ ତଥା କାମ୍ବୋଡିଆର ଉତ୍ତରାଧିକାରୀ ମହାନ ରାଜାଙ୍କ ଯଶ/ଖ୍ୟାତି ଗାନ କରନ୍ତି ଯିଏ କାମ୍ବୋଡିଆର ଫୁନାନ୍ ରାଜବଂଶର ପ୍ରତିଷ୍ଠାତା ହୋଇଥିଲେ । ଏବଂ କାଉଣ୍ଡିନିଆ କଳିଙ୍ଗ, ଭାରତର ପୁତ୍ର ଥିଲେ। ରାଜବଂଶ ପ୍ରଥମ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ।
ଇତିହାସର ଏହି ଅନନ୍ୟ ଅଧ୍ୟାୟ ବିସ୍ତୃତ ବିସ୍ତାରିତ ସନାତନ ଧର୍ମର ସତ୍ୟତାକୁ ପୁନଃ ସ୍ଥାପିତ କରିବ ଏବଂ ପ୍ରାଚୀନ କାଳରେ ଏହା କିପରି ବାସ୍ତବିକ ବିଶ୍ୱ ଶୃଙ୍ଖଳାର ଏକତା ହୋଇଗଲା ।
କାଲିଙ୍ଗ ଠାରୁ କାଉଣ୍ଡିନିଆ
ଇଣ୍ଡୋ-ଚାଇନିଜ୍ ଉପଦ୍ୱୀପରେ କାମ୍ବୋଡିଆର (ଯାହା ପୂର୍ବରୁ ‘କାଂବୁଜା’ Kambuja ବା କାଂବୁଚିଆ Cambuchiya ନାମରେ ଜଣାଶୁଣା ଥିଲା) ଭାରତ ସହିତ ଦୀର୍ଘ ସାମୁଦ୍ରିକ ସମ୍ପର୍କ ଥିଲା । କାମ୍ବୋଡିଆ ହେଉଛି ସର୍ବ ପୁରାତନ ଦେଶ ଯାହା ହିନ୍ଦୁ ହୋଇଥିଲା ।
କାଉଣ୍ଡିନିଆ, ଫୁନାନ୍ ରାଜବଂଶ ପ୍ରତିଷ୍ଠା କରିଥିବା ପ୍ରଥମ ରାଜା ଥିଲେ, ଯାହାକୁ ହନ୍-ଟିଏନ୍ ମଧ୍ୟ କୁହାଯାଏ । ଭାରତର ଏହି ରାଜା ନାଗା ରାଜକୁମାରୀ ସୋମାଙ୍କୁ ବିବାହ କରିବା ପରେ ଫୁନାନ୍ ରାଜବଂଶର ପ୍ରତିଷ୍ଠା କରିଥିଲେ । ଯଦିଓ କିଛି ମତ ପାର୍ଥକ୍ୟ ଦେଖାଦିଏ କିନ୍ତୁ ଗୋଟେ ବଡ଼ ବର୍ଗର ଐତିହାସିକ, ବିଶ୍ୱସନୀୟ ପ୍ରମାଣ ସ୍ଥାପିତ କରାଏ ଯେ କାଉଣ୍ଡିନିଆ କଳିଙ୍ଗ (ଓଡ଼ିଶା)ର ଜଣେ ବ୍ରାହ୍ମଣ ଥିଲେ । ତାଙ୍କ ବଂଶର ବାସସ୍ଥାନ ଥିଲା ଓଡିଶାର ମହେନ୍ଦ୍ର ପର୍ବତ, ଯାହାର ଉଲ୍ଲେଖ ଫୁନାନ ଇତିହାସରେ ବାରମ୍ବାର ଦେଖାଯାଏ । ମହେନ୍ଦ୍ର ପର୍ବତ ଉପରେ ଭଗବାନ ଶିବଙ୍କୁ ଅତିଶୟ ଉପାସନା କରାଯାଇଥିଲା ଏବଂ ଏହି ଅଭ୍ୟାସ ପ୍ରଥମ ଶତାବ୍ଦୀର କାମ୍ବୋଡିଆରେ ପଞ୍ଚମ ରୁ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିଲା।
ଫୁନାନ୍ ର ଅର୍ଥ ରାଜ୍ୟର ପାହାଡ଼ ଯାହା , ଯାହା ସ୍ଥାନୀୟ ଭାଷାରେ ଖମେର କୁହାଯାଏ ।
ନାଗା ରାଜକୁମାରୀ ସହିତ ବିବାହ
ବୃତ୍ତିରେ ବ୍ୟବସାୟ କରୁଥିବା କାଉଣ୍ଡିନିଆ ଯେତେବେଳେ କାମ୍ବୋଡିଆ ଅଭିମୁଖେ ଯାତ୍ରା କଲେ, ସେତେବେଳେ ସୋମାଙ୍କ ନେତୃତ୍ୱରେ ଏକ ଡକାୟତି ଗୋଷ୍ଠୀ ତାଙ୍କ ଜାହାଜ ଉପରେ ଆକ୍ରମଣ କରିଥିଲେ। ସୋମା, ସ୍ଥାନୀୟ ନାଗା ରାଜାଙ୍କ ଝିଅ ଥିଲେ । କିନ୍ତୁ କାଉଣ୍ଡିନିଆ ନିଜର ସାହସିକତା ପ୍ରଦର୍ଶନ କରି ଯୁଦ୍ଧ କରିଥିଲେ। ଏହି ଯୁଦ୍ଧ ସୋମାଙ୍କ ମନରେ କାଉଣ୍ଡିନିଆଙ୍କ ପାଇଁ ଅତ୍ୟଧିକ କୃତଜ୍ଞତା ଭରି ଦେଇଥିଲା ।
କାଉଣ୍ଡିନିଆ ଏବଂ ନାଗା ରାଜକୁମାରୀ ସୋମାଙ୍କ ମିଳନ କାମ୍ବୋଡିଆ ସଂସ୍କୃତିରେ ଆଜି ଅନୁସରଣ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ । ଏହି ଦମ୍ପତି ଏକ ସୁଖୀ ଦାମ୍ପତ୍ୟ ଜୀବନର ଚରମ ପ୍ରତୀକକୁ ପ୍ରତିନିଧିତ୍ୱ କରନ୍ତି, ଏବଂ ଆଜି ପର୍ଯ୍ୟନ୍ତ ବିବାହ କରୁଥିବା ଦମ୍ପତିମାନେ କାଉଣ୍ଡିନିଆ ଏବଂ ସୋମା ପରି ପୋଷାକ ପିନ୍ଧନ୍ତି ।
ନାଗା ସମ୍ପ୍ରଦାୟ ହିନ୍ଦୁ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେପରି ରହସ୍ୟମୟ ସେପରି ଶାସ୍ତ୍ରୀୟ । ସେମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ଗଭୀର ରହସ୍ୟକୁ ପ୍ରତିପାଦନ କରନ୍ତି ଯାହା ଲୋକଙ୍କ ପାଇଁ ଅଜ୍ଞାତ ।
ନାଗା ରାଜବଂଶ ଭରତର ବିଭିନ୍ନ ଅଂଶରେ ମଧ୍ୟ ବିଭିନ୍ନ ସମୟ ମଧ୍ୟରେ ରାଜତ୍ୱ କରିଛନ୍ତି । ତେଣୁ, ଏହି ସଂଘ ମଧ୍ୟ ଦୁଇଟି ମହାନ ପରିବାରର ମିଳନର ପ୍ରତୀକ ଥିଲା ।
ହିନ୍ଦୁ ଧର୍ମର ଅଭିଳାଷ
କେବଳ ରାଜବଂଶ ପ୍ରତିଷ୍ଠା କିମ୍ବା ଆଞ୍ଚଳିକ ବିଜୟ ଗୁରୁତ୍ୱପୂର୍ଣ୍ଣ ନଥିଲା ବରଂ ବୈଦିକ ଜୀବନ ଶୈଳୀ, ଏବଂ ସନାତନ ଧର୍ମର ମହାନତାକୁ ଅନ୍ତର୍ଭୁକ୍ତ କରିବା ଏକ ପ୍ରମୁଖ ଲକ୍ଷ୍ୟ ଥିଲା।
କାମ୍ବୋଡ଼ିଆ ନିଜର ଆକର୍ଷକ ଏବଂ ଭବ୍ୟ ‘ଆଙ୍ଗକୋର-ଭାଟ’ ମନ୍ଦିର ପାଇଁ ବିଖ୍ୟାତ ଯାହା ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲା ଏବଂ ସମୁଦ୍ରା-ମନ୍ଥନର ବଡ଼ ପ୍ରତୀକ । ଏହି ମନ୍ଦିରର, ଓଡ଼ିଶାର ମନ୍ଦିର କଳା ଏବଂ ତାମିଲ ମନ୍ଦିରର ଗୋପୁରମ ସହିତ ଅତ୍ୟନ୍ତ ଚମତ୍କାର ସମାନତା ରହିଛି । ସହାୟକ ଶ୍ରୀକ୍ଷେତ୍ର ହେଉଛି ମନ୍ଦିର ସ୍ଥାପତ୍ୟର ପଞ୍ଚ-ରଥା ଶୈଳୀର ପ୍ରତିକୃତୀ ।
ଶୈବ ଧର୍ମ କୁ ‘ଦେବରାଜ’ ସମ୍ପ୍ରଦାୟ ଭାବରେ କୁହାଯାଉଥିଲା ଏବଂ କାମ୍ବୋଡିଆରେ ଏହା ବହୁଳ ଭାବରେ ପାଳନ କରାଯାଇଥିଲା। ଶିବ-ଲିଙ୍ଗମ ଏବଂ ପୂଜାପାଠ ମଧ୍ୟ କରାଯାଇଥିଲା। ପର୍ବପର୍ବାଣିରେ ବିଗ୍ରହ ଗୁଡିକୁ ସମଗ୍ର ସହରରେ ଶୋଭାଯାତ୍ରାରେ ନିଆଯାଇଥିଲା, ଯାହା ଭରତରେ ମହାକାଳେଶ୍ଵର, ଲିଙ୍ଗରାଜ ମନ୍ଦିର ଇତ୍ୟାଦି ଅଭ୍ୟାସ ସହିତ ସମାନ ।
ଅତଏବ ସନାତନ ଧର୍ମ ଏବଂ ଏହାର ଅଭ୍ୟାସଗୁଡ଼ିକ ପାଇଁ ଅତୀତରେ ଭାରତ ସହିତ କାମ୍ବୋଡିଆର ସୁନ୍ଦର, ସୁଦୃଢ଼ ସମ୍ପର୍କ ହୋଇପାରିଥିଲା ।