ଅଣୁଗଳ୍ପ

ଯକ୍ଷ-ପ୍ରଶ୍ନ

Dr. Neeraj Daiya's short story Jaksha Prashna in odia by Dr Mousumi Parida

ସେହି ମୂର୍ତ୍ତିକାର( ଶିଳ୍ପୀ) ମାନେ ହିଁ କାରିଗର, କାରିଗର ତୋ-ମୋ ପରି ମଣିଷ ଅଟନ୍ତି ।

ଯକ୍ଷ-ପ୍ରଶ୍ନ

ମୂଳ ରାଜସ୍ଥାନୀ ଓ ହିନ୍ଦୀ- ଡ. ନୀରଜ ଦଇୟା

ଡଃ . ନୀରଜ ଦଇୟା, ରାଜସ୍ଥାନୀ ଓ ହିନ୍ଦୀ ଲେଖକଚାରିଆଡେ ମୂର୍ତ୍ତି ଗୁଡିକ ରଖାହୋଇଥିଲା । ଅନେକ ଦେବାଦେବୀଙ୍କ ମନୋହର ମୂର୍ତ୍ତି । ମୁଁ ବାପାଙ୍କ ଅଙ୍ଗୁଳି ଧରି ଚାରିଆଡକୁ ଦେଖୁଥିଲି । ବିଭିନ୍ନ ପ୍ରକାରର ରଙ୍ଗରେ ମୂର୍ତ୍ତିଗୁଡିକ ଏତେ ସୁନ୍ଦର ଦିଶୁଥିଲେ ଯେ ବର୍ଣ୍ଣି ହେବନାହିଁ । ଘରୁ ବାହାରିବାବେଳେ ଜେଜେ ମାଆ ମୋତେ ପୁଣି ମନେପକେଇଦେଇଥିଲା- ଶୁଣ, ଭଗବାନଙ୍କର ଭଲ ମୂର୍ତ୍ତିଟିଏ ବାଛିକି ଆଣିବୁ । ଏମିତି ସେମିତି ଆଜେବାଜେ ନେଇଆସିବୁନି । ମୁଁ ଭାବିଲି- ୟେ ମୂର୍ତ୍ତିସବୁ କେଉଁଠୁ ଆସେ ? ବାପାଙ୍କୁ ପଚାରିଲି- ବାପା, ୟେ ମୂର୍ତ୍ତୀସବୁ କେଉଁଠାରୁ ଆସେ ?

କାରିଗରମାନେ ତିଆରି କରନ୍ତି । ମୂର୍ତ୍ତିକାର ‘କଳାଶ୍ରୀ’ର କାରଖାନାରେ ଏସବୁ ତିଆରି ହୁଏ ।

ଏସବୁର କାରିଗର କିଏ?

ସେହି ମୂର୍ତ୍ତିକାର( ଶିଳ୍ପୀ) ମାନେ ହିଁ କାରିଗର, କାରିଗର ତୋ-ମୋ ପରି ମଣିଷ ଅଟନ୍ତି ।

କଣ, ସତରେ ବାପା? ମଣିଷମାନେ କାରିଗର ଅଟନ୍ତି?

ହଁ ।

ତେବେ ମଣିଷ ଭଗବାନଙ୍କୁ କିପରି ବନାଇପାରେ ? ବାସ୍ ମୁଁ ଏତିକି କହୁକହୁ ବାପା ମୋ ଉପରେ ରାଗିଗଲେ । କହିଲେ- ପାଟି ବନ୍ଦ କର । ମୁଁ ଚୁପ୍ ହୋଇଗଲି କିନ୍ତୁ କିଏ ମୋତେ ଜଣାନ୍ତୁ- ଭଗବାନଙ୍କୁ ମଣିଷ କିପରି ବନେଇପାରିବ ?

ଲୋକପ୍ରିୟ ଲେଖା

To Top