ଗଳ୍ପ

ଏ ଜନ୍ମର ତୀର୍ଥକ୍ଷେତ୍ର

Godabarisha Mohapatra's odia story E Janmara Teerthakshetra

ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ

ଏ ଜନ୍ମର ତୀର୍ଥକ୍ଷେତ୍ର

-: ପୂର୍ବରୁ :-

ତାର ଦେବତା ତା’ର ଶ୍ୟାମ ସୁନ୍ଦର ତରୁକୁଞ୍ଜ ତଳେ, ଲଳିତ ସୁନ୍ଦର ଧାନ୍ୟ କ୍ଷେତ୍ରରେ, ନଦୀକୂଳରେ, ସ୍ଫୁଟନୋନ୍ମ୍ରଖ ପୁଷ୍ପଗୁଚ୍ଛ ଭିତରେ, ଗୃହ ସମ୍ପଦ ଗୋମାତା ରୂପରେ, ଶିଶୁରୋଳ ମୁଖରିତ କୁଟୀର-ପ୍ରାସାଦ ଭିତରେ । ଏହା ଛଡ଼ା ତା’ର ଦେବତା ଆଉ ଏ ତ୍ରିଭୁବନରେ ନାହାନ୍ତି । ଏ ଦଳ ନ ଛାଡ଼ିଲେ ସେ ଦେବତାଙ୍କ ସାକ୍ଷାତ୍ ପାଇବ ନାହିଁ ବୋଲି ବିଚାରିଲା ।

ଅଇଁଠା ପ୍ରଥମେ କୀର୍ତ୍ତନ ଶୁଣିଲା, ବୁଝିପାରିଲା ନାହିଁ । କରତାଳି ଧରି ବାଡ଼େଇଲା, ମନ ବୋଧ ହେଲାନାହିଁ । ଜୀବନରେ ସେ କାହାକୁ ଜାଣେ ଯେ, କାହାକୁ କ’ଣ ବୋଲି ଡାକିବ ? ଗଗନ ମୁଖରିତ କରି ଯେତେବେଳେ ରୋଳ ଉଠେ :-

“ବାଜିଲା ବଂଶୀ ଦିନେ ବୃନ୍ଦାବନରେ-
ସେହିଠାରେ ସ୍ୱପ୍ନ ଦେଖିଗଲା, ସେ ଶୁଣିଲା-
ବାଜିଲା ବଂଶୀ ଦିନେ ବୁଦାବଣରେ ।”

ଜୀବନରେ ଚାଳିଶ ବର୍ଷକାଳ ତା’ ଜୀବନର ବଂଶୀ ଦୟାନଦୀକୂଳରେ ବୁଦା ବଣରେ ବାଜିଛି । ତାକୁ ଛାଡ଼ି ଆସିଲା ପରେ ସେହି ବଂଶୀର ଡାକ ପୁଣି ସେ ପ୍ରାଣରେ ଅନୁଭବ କରି ପାରିଲା । ସେ ଦେଖିଲା- କୃଷ୍ଣ ତା’ର ଦୟାକୂଳର ଶସ୍ୟ ଗହଳେ ହଳ ଧରି ଚାଷ କରୁଛନ୍ତି, ଦାଆ ଧରି ଫସଲ କାଟୁଛନ୍ତି, ଖରାରେ ମାଟି ତାଡୁଛନ୍ତି, ବର୍ଷାରେ ଗୀତ ଗାଇ ହସି ଉଠୁଛନ୍ତି । ତେଣୁ ସମସ୍ତେ ଗୀତ ଗାଇ ବସିଲାବେଳେ କରତାଳି ଧରି ସେ ଗାଇଲା :-

“ବୁଦା ବଣରେ, ବୁଦା ବଣରେ !”

ଭକ୍ତ ଦଳ ଅଳ୍ପଦିନ ଭିତରେ ଅଇଁଠାର ଏହି ମନୋଭାବ ଠଉରେଇ ପାରିଲେ । ସମସ୍ତଙ୍କର ତା’ ପ୍ରତି ଦୃଷ୍ଟି ପଡ଼ିଲା । ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ । ଭଲ ଧାନ କିଆରୀଟିଏ ଦେଖିଲେ ସେ ମୂହୁର୍ତ୍ତ ମୂକ ହୋଇ ଠିଆ ହୁଏ । ବଳଦ ହଳେ ଦେଖିଲେ, ତାରି ମୂଲ୍ୟ ପଚାରି ବସେ ।

ଭକ୍ତଦଳ ପକ୍ଷରେ ଏହା କମ୍ ଅପମାନର କଥା ନୁହେଁ । ଏ ଯେ ମାୟା ଏଡ଼ିପାରି ନାହିଁ । ଏ କି ଭକ୍ତର ଲକ୍ଷଣ !

ତା’ପରେ

ଲୋକପ୍ରିୟ ଲେଖା

To Top