କବିତା

ଧୁଆଁଳିଆ ଲୁହର ବାମ୍ଫ

Dr Nilamadhab Kar's odia poem Dhuaanliaa luhara baampha

ତା ଭିତର ଦେଇ
ଧୁଆଁଳିଆ ଲୁହର ବାମ୍ଫରେ
ବତୁରା ମୋ ମନ
ନିରବ ନିଶ୍ଚଳ
ପଡିରହେ –
ମୁର୍ଦ୍ଦାରର ଇଚ୍ଛା ପରି

ଧୁଆଁଳିଆ ଲୁହର ବାମ୍ଫ

ଏଇଠି ଏମିତି ଦିନସବୁ
ଟପ୍‌ ଟାପ୍‌ ଯାଏ ଝରି
ବରଷାର ଟୋପା ପରି
ମଥାନ ଚାଳରୁ

ତା ଭିତର ଦେଇ
ଧୁଆଁଳିଆ ଲୁହର ବାମ୍ଫରେ
ବତୁରା ମୋ ମନ
ନିରବ ନିଶ୍ଚଳ
ପଡିରହେ –
ମୁର୍ଦ୍ଦାରର ଇଚ୍ଛା ପରି

ସଂଶୟଟେ – କୁଆଡେ ଯାଉଛି
ପହଞ୍ଚିପାରିବି କି – ନା –
ଘେରିଆସେ
ତୁଚ୍ଛାଟାରେ
ଅନ୍ଧାର କରିଦିଏ
ଉଜ୍ଜ୍ଵଳ ସକାଳ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top