କବିତା

ମହାରାଜା ମୁଁ ଯେ ଏଇ ଶତାବ୍ଦୀର

Munna Mohapatra's odia poem Maharaaja mun je eai shataabdira

ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା
ତପ୍ତ ରୁଧିରର ଶରୀର ମୋର,
ଅସାଧାରଣ ମୁଁ ନୁହେଁ ସାଧାରଣ
ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।

ମହାରାଜା ମୁଁ ଯେ ଏଇ ଶତାବ୍ଦୀର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମହାରାଜା ଏକବିଂଶ ଶତାବ୍ଦୀର
କୋଣାର୍କ ପରାଏ ରହିଛି ଚାହିଁ,
ନାହିଁ ମୋର ସେଇ ପୁରୁଣା ଗୌରବ
ସମୟ ଧାରାରେ ଯାଇଛି ବହି ।

କୋଣାର୍କକୁ କଳାପାହାଡ ଯେ କାଳ
ମୋ’ ପାଇଁ କାଳ ଯେ ଇଂରେଜ ସେନା,
ରହିଲାନି ରାଜ୍ୟ, ଗଲା ଯେ ରାଜୁତି
ଖସି ପଡ଼ିଲା ମୋ’ବିଜୟ ବାନା ।

ଅସାଧାରଣରୁ ହେଲି ସାଧାରଣ
ରହିଛି କେବଳ ରାଜ ଭବନ,
ଥିଲି ଦିନେ ରାଜା, ହେଲି ଏବେ ପ୍ରଜା
ମନରୁ ହଜିଲା ସବୁ ସପନ ।

ନାହିଁ ଦରବାର, କାହିଁ ଜୟକାର
ନା’ସେନାପତି ଅଙ୍ଗ ରକ୍ଷକ,
ନାହିଁ ରାଜାଠାଣୀ, ନାହିଁ ପାଟ ରାଣୀ
ପଥେ ଜଣେ ମୁଁ ଅଜଣା ପଥିକ ।

ମୋ’ ଅତୀତ ଥିଲା କେତ ବଳୀୟାନ
ଉଭେଇ ଗଲା ସେ ସମୟ କାଳେ,
ମସ୍ତିସ୍କ କାହିଁବା ରହିବ ମୋ’ ସ୍ଥିର
ଧୈର୍ଯ୍ୟ ରଖିବି ମୁଁ କାହାରି ବଳେ।

ନାହିଁ ସେନାପତି, କାହିଁ ମୋର ସେନା
କାହିଁ ସେ ପାଇକ, କାହିଁ ସେ ଜାତି,
ଭଗ୍ନ କୋଣାର୍କର କଙ୍କାଳ ପ୍ରାୟେ ମୁଁ
ସର୍ବତ୍ୟାଗୀ ଏବେ ସୁପ୍ତ ଯେ ଅତି ।

ତଥାପି ରହିଛି ସେଇ ରାଜଠାଣୀ
ସେ’ ରାଜା ଚାହାଣୀ, ସେହି ବୀରତ୍ଵ,
ହେଲି ଆଜି ଜଣେ ନାଗରିକ ପଛେ
ତଥାପି ନିଜକୁ ଦିଏ ଗୁରୁତ୍ୱ ।

ରକ୍ତ ପରା ମୋର କ୍ଷତ୍ରୀୟ ବଂଶର
ଜନ୍ମ ପରା ମୋର ରାଜ ଉଆସେ,
ଧୈର୍ଯ୍ୟ ସାହାସ ମୋ’ ଜନ୍ମଗତ ଗୁଣ
ନୁଆଁଏନି ମଥା କା ହା ରି ପାସେ ।

ରାଜ୍ୟ ପଛେ ନୋହୁ ସହର ଏ’ମୋର
ଫୁଲାଇ ଛାତି ମୁଁ ଚାଲେ ଗର୍ବରେ,
ଜନ ସେବା ଭାବ ଏବେ ବି ଜାଗ୍ରୁତ
ତେଜିନି ସେ ଗୁଣ ଅଛି ମନରେ ।

ବୃଦ୍ଧ ସିଂହରାଜ ଖାଏନା ଯେ ଘାସ
ବୃଦ୍ଧ କବିର ଯେ ହଜେନି ଭାଷା,
ବୃଦ୍ଧ ଗାୟକ କି ହୁଏ ସ୍ୱର ହୀନ
ଦିବାଲୋକ ମୁହିଁ ନୁହେଁ ତମସା ।

ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା
ତପ୍ତ ରୁଧିରର ଶରୀର ମୋର,
ଅସାଧାରଣ ମୁଁ ନୁହେଁ ସାଧାରଣ
ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।

 

5 Comments

5 Comments

  1. ଶ୍ରୀ ମୁନ୍ନା ମହାପାତ୍ର

    Munna Mohapatra

    June 30, 2016 at 9:13 pm

    Dhanyabad sir …. sorry to say due to busy in business …. so late responce ….

  2. ଶ୍ରୀ ଅରବିନ୍ଦ ଦାସ

    ARAVINDA DAS

    May 25, 2016 at 4:45 pm

    good one. keep up the good work.

    • ଶ୍ରୀ ମୁନ୍ନା ମହାପାତ୍ର

      Munna Mohapatra

      June 12, 2016 at 8:38 am

      Dhanyaba sir

    • ଶ୍ରୀ ମୁନ୍ନା ମହାପାତ୍ର

      Munna Mohapatra

      June 30, 2016 at 9:12 pm

      Dhanyabad sir …. sorry to say due to busy in business …. so late responce ….

  3. Pingback: Awesome odia poem by Munna Mohapatra | Oriya Magazine ameodia.com

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top