କବିତା

ମଝି ନଈ

Dr Nilamadhab Kar's odia poem Majhi Naee

ନା, ଆଶାରେ ବିଶ୍ୱାସରେ, ଏ ନଈ ପାର ହେଇଯିବାକୁ
ଜୋର ଲଗେଇବା, ସାହସରେ ଅପେକ୍ଷା କରିବା, ସମୟକୁ

ଏଣିକି ଅନ୍ଧାରରେ, ମଝି ନଈରେ ତମେ, ଥଳ କୂଳ ନାହିଁ
କାହାରି ଜୁ ନାହିଁ ଏ ସୁଅରେ, ତମ ସଙ୍ଗେ ମୁଁ ବି ଭାସୁଛି
କ୍ଷୀଣ ଆଶାଟେ ଦୋହଲୁଛି, ଦୀପର ଶିଖା ପରି
ଭାସି ଭାସି କାଳେ କେଉଁଠି, କୂଳରେ ଲାଗିବ ବୋଲି,
ଶ୍ରାବଣ ବର୍ଷାରେ, ଦିଗ ଦିଶୁନି, ଭୟଟେ ଛାଇଯାଇଛି ଚାରିଆଡ଼େ,
ପହଞ୍ଚି ହେବ କି ଶରୀରରେ, ମନରେ, ଏ ଜୀବନରେ,
ତମେ ସେଠି ଥିବ କି ମୋ ସଙ୍ଗେ, ନା କେବଳ ତମ ସ୍ମୃତି ଥିବ
ଓଦା ଓଦା ଭୟ ଥିବ, କେଉଁଠି ଭାସୁଥିବ ବୋଲି, ତମ ଦେହ

କାହା ପାଇଁ ପ୍ରତୀକ୍ଷା ଏବେ, ବିଦାୟ ଦେବାକୁ ହେବ କି ତମକୁ,
ଏ ସମୟ କଣ କଟେଇବା, ବିଦାୟ ପାଇଁ ପ୍ରସ୍ତୁତ ହେବାରେ
ନା, ଆଶାରେ ବିଶ୍ୱାସରେ, ଏ ନଈ ପାର ହେଇଯିବାକୁ
ଜୋର ଲଗେଇବା, ସାହସରେ ଅପେକ୍ଷା କରିବା, ସମୟକୁ
ବିଦାୟର ପ୍ରକ୍ରିୟା ତ ଆଜନ୍ମୁ ଚାଲିଛି, ତା ପାଇଁ ପ୍ରସ୍ତୁତି ଆଲୋଡ଼ା
ଜୀବନର ପ୍ରତି ଘଡି, ଯୁଦ୍ଧ ଜିଣିବା ପାଇଁ ହିଁ ଲଢ଼ିବାକୁ ହେବ,
ଚାହଁ କି ନା ଚାହଁ, ନିଶ୍ୱାସ ଚାଲୁଥିବା ଯାଏ, ବିଦାୟ ପ୍ରସ୍ତୁତିର
କ୍ଷଣିକ ଚିନ୍ତା ନାହିଁ, ସମୟ ନାହିଁ, ଚେନାଏ ବି ସ୍ଥାନ ନାହିଁ ଏଠି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top