କବିତା

ମା କ୍ଷୀର ଅମୃତ ସମାନ

Sukanta Kumar Pradhan's odia poem Maa Ksheera Amruta Samaana

ମା କ୍ଷୀରରେ ଅଛି ଯେତେ ଉପକାର
ତାହାକୁ କହିନୀ କେଉଁ ପ୍ରକାର
ମା’ଶିଶୁ ଉଭୟେ ରହିବେ ସୁସ୍ଥ
ସୁସ୍ଥ ରହି ଶିଶୁ ହେବ ମହାନ ।

ମା କ୍ଷୀର ଅମୃତ ସମାନ

ମା କ୍ଷୀର ଅମୃତ ସମାନ
ବିଶ୍ୱ ପିତାଙ୍କର ଅମୂଲ୍ୟ ଦାନ
ମା’ବିନା କିଛି ରାହା ନାହିଁ
ମା’କ୍ଷୀର ଖାଇ ଆମ ଜୀବନ ।

ମା’କ୍ଷୀର ପାଇଁ କେତେ କାହାଣୀ
ଶିଶୁ କ୍ଷୀର ଖାଇ କେବେ କାନ୍ଦେନି
ମା’ ଟିକେ କରିଲେ ଯତନ
କ୍ଷୀର ଖାଇ ଶିଶୁ ହେବ ମହାନ ।

ମା କ୍ଷୀରରେ ଅଛି ଯେତେ ଉପକାର
ତାହାକୁ କହିନୀ କେଉଁ ପ୍ରକାର
ମା’ଶିଶୁ ଉଭୟେ ରହିବେ ସୁସ୍ଥ
ସୁସ୍ଥ ରହି ଶିଶୁ ହେବ ମହାନ ।

ମା’କ୍ଷୀରରେ ଯେତେ ଶକ୍ତି ରହିଛି ଭରି
ଶରୀରକୁ ପଶିବନି କେବେ ବଇରି
ଆମେ ଆମକୁ ଜଗିଲେ ଜାଣ
ବଢିବା ଶିଶୁ ସ୍ଵାସ୍ଥର ମାନ ।

ଶିଶୁ ପାଇଁ ମା’କ୍ଷୀର ଅଟେ ଜୀବନ
ଶିଶୁ ଜନ୍ମପରେ ତା’କୁ ଦିଅ ତ୍‌ତକ୍ଷଣ
‘କଷକ୍ଷୀର’ ଶିଶୁ ପାଇଁ କେତେ ମହାନ
ମା’ଭଉଣୀ ସର୍ବେ ରଖଟି ମନ ।

ଦୁଇ ବର୍ଷ ଯାଏଁ ମା’କ୍ଷୀର ନିଶ୍ଚୟ ଦେବ
ସବୁ ରୋଗ ଶିଶୁଠାରୁ ଦୂରେଇ ଯିବ
ମା’ କ୍ଷୀର ଶିଶୁ ପାଇଁ ପ୍ରତିଷେଧକ
ଶିଶୁ ନିଶ୍ଚେ ରୋଗ ଠାରୁ ଦୂରେଇ ଥିବ ।

ବିଶ୍ୱ ମାତୃ ସ୍ତନ୍ୟ ପାନ ସପ୍ତାହ ଜାଣ
ଅଗଷ୍ଟ ୧ ରୁ ଜାଣ ୭ଜାଣ
ମା’କ୍ଷୀର ମହତ୍ୱ ବୁଝିବା ଜାଣ
ବୁଝି ବୁଝାଇବା ଶିଶୁର ମାନ ।

ମା କ୍ଷୀର ଦେଲେ ମା’ ଉପକାର
ସ୍ତନ କର୍କଟରୁ ରହିବ ଦୂର
ଆଧୁନିକ ମା’ ମାନେ ବୁଝ ଭଲ କରି
ସେଥିରେ ଉଭୟଙ୍କ ମଙ୍ଗଳ ଜାଣ ।

ଶୁଣିବାକୁ କଥା ଭାରି ସୁନ୍ଦର
କାର୍ଯ୍ୟ କରିବାଟା କଷ୍ଟ ନିହାତି ଜାଣ
ଶିଶୁ ଆମରି ଅଟେ ଭବିଷ୍ୟ
ତା’ପାଇଁ ଦାୟିତ୍ୱ କରିବା ଜାଣ
ଶିଶୁ ଆମରି ଅଟେ ଜୀବନ
ଶିଶୁ, ମା’ମୃତ୍ୟୁ ରୋକିବା ଜାଣ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top