ଏ’ କାଳେ ଓଢ଼ଣାସ୍ୱପ୍ନ ହେଲାଣି
କାହିଁ ଓଡ଼ିଆ ସଂସ୍କୃତି,
ଓଡ଼ିଆଣୀ ଏବେଆଧୁନିକା ହେଲେ
ଭୁଲି ଆମ ରୀତି ନିତି ।
ଦେଖା ଆଉନାହିଁ ସମ୍ୱଲପୁରୀ,
ଅବା ବ୍ରହ୍ମପୁର ପାଟ,
ଅନ୍ୟ ଦେଖାଦେଖିବିଦେଶୀ ଫେସନ
ଖୋଲି ଦେଇଅଛି ବାଟ ।
ଭୁଆସୁଣୀ ପିନ୍ଧେଆଜି ଜିନ୍ ପ୍ୟାଣ୍ଟ୍
ଲଗାଏ କଳା ଚଷମା,
ସ୍କୁଟି ବାହାନରେବେଗେ ଚାଲିଯାଏ
ପାଏ ଯେ ମୋଟା ଦରମା ।
କଳା ମେଘ ଦିନେଲାଜଉଥିଲା ଯେ
ଲମ୍ୱ କେଶଗୁଚ୍ଛ ଆଗେ,
ବାଧକ ସାଜିଛିବିଉଟି ପାର୍ଲର
ଚଳି ଯାଉଛନ୍ତି ବେଗେ ।
ହଳଦୀ, ଲବଣୀ,ମଞ୍ଜୁଆତି କାହିଁ
ସେ’ ଥିଲା ପୁରୁଣା କଥା ।
ହୁଳହୁଳି, ଶଙ୍ଖ,ଘଣ୍ଟ ନାଦ ନାହିଁ
ନାହିଁ ସେ’ ପୁରାଣ ଗାଥା ।
ଯୁଗ ବଦଳିଛି,ଆମେ ବଦଳିଛୁ
ଏ’ ଦୋଷ ଆମର କାହୁଁ,
ତଥାପି ଓଡ଼ିଆସଂସ୍କୃତି ବଞ୍ଚିଛି
ମୁଁ ପରା ଓଡ଼ିଆ ବୋହୁ ।
ଗୁରୁଜନେ ମୁଁ ଯେଦିଏ ସମ୍ମାନ
ଏଇ କି ବିଚିତ୍ର କଥା,
ଗୁରୁବାରେ ଦିଶେମୋ’ ଘର ଦାଣ୍ଡରେ
ଓଡ଼ିଆଙ୍କ ଝୋଟି ଚିତା ।
ମନ୍ଦିର ଯାଏ ମୁଁପୂଣ୍ୟ ପର୍ବ ବେଳେ
ଓପାସରେ ପୁଣି ରହେ,
ପରସେ ସଭିଙ୍କୁମନ ଜାଣି ପରା
ପରିଶେଷରେ ମୁଁ ଖାଏ ।
ମୁଁ ଉଠେ ଆଗେ,ତା’ପରେ ସୁରୁଜ
କିଆଁ ଏ ବାଛ ବିଚାର,
ଏବେବି ସମ୍ମାନବଜାୟ ରଖିଛି
ଓଡ଼ିଆଣୀ ଓଡ଼ିଆର ।