କବିତା

ସହଜ ନୁହେଁ

Prafulla Tripathy's odia poem Sahaja Nuhen

ସବୁ ମଣିଷକୁ ଭଲ ପାଇବାଟା
ଯେମିତି ସହଜ ନୁହେଁ
ସବୁ ପଥରକୁ ଦେବତା କରିବା
ସେମିତି ସହଜ ନୁହେଁ ।।

ସହଜ ନୁହେଁ

ସବୁ ମଣିଷକୁ ଏକାଠି କରିବା
ଯେମିତି ସହଜ ନୁହେଁ
ସବୁ ହୃଦୟକୁ ସ୍ନେହରେ ଜିତିବା
ସେମିତି ସହଜ ନୁହେଁ ।

ସବୁ ମଣିଷକୁ ଭଲ ପାଇବାଟା
ଯେମିତି ସହଜ ନୁହେଁ
ସବୁ ପଥରକୁ ଦେବତା କରିବା
ସେମିତି ସହଜ ନୁହେଁ ।।

ସବୁ ବରଷାରେ ଦେହ ଭିଜାଇବା
ଯେମିତି ସହଜ ନୁହେଁ
ସବୁ ଫଗୁଣରେ ରଙ୍ଗ ହେବାଟା
ବି ସେମିତି ସହଜ ନୁହେଁ ।।

ସବୁ ଗଛ ତଳୁ ଛାଇ ମିଳିବାଟା
ଯେମିତି ସହଜ ନୁହେଁ
ସବୁ ମଣିଷଠୁଁ ମଣିଷ ପଣିଆ
ମିଳିବା ସହଜ ନୁହେଁ ।।

ସବୁ ହାତ ଲେଖା ପଢ଼ିବା ଯେମିତି
ସହଜିଆ କଥା ନୁହେଁ
ସବୁ କୁଆଁରୀର ମନ ଜିଣିବାଟା
ସେମିତି ସହଜ ନୁହେଁ ।।

ସବୁ ଅନ୍ଧାରରେ ଚୋରା ପୀରତିଟା
ଯେମିତି ସହଜ ନୁହେଁ
ସବୁ ଜୋଛନାରୁ ପ୍ରେମ ସାଉଁଟିବା
ସେମିତି ସହଜ ନୁହେଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top