କବିତା

ଏବେବି ପାଉଛି ଭଲ

Santanu Kumar Rout's odia poem Ebebi Paauchhi Bhala

ଭାବନା ରାଇଜେ ଥିଲୁ ଅଳଙ୍କାର
ଗଲାଣି କବର ହୋଇ
ପାନ୍ଥଶାଳାର ସେ କୋଠରୀ ଭିତରେ
ଆଜି ବି ରହିଛି ଚାହିଁ…..!!!!

ଏବେବି ପାଉଛି ଭଲ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରଶ୍ନ କରେ ଆଜି ସେ ଦୂର ଜହ୍ନ କୁ
କିଏ ହବ ତୋ ପରି…
ତୋ ଦେହେ କଳଙ୍କ ମୋ ମନେ ତୁ ଅଛୁ
ବଞ୍ଚୁଛି ତତେ ମୁଁ ଝୁରି…..!!

ଅଲେଖା ଗପକୁ ସାଉଁଟି ରଖିଛି
ଏ ଜର୍ଜରିତ ହୃଦୟରେ
ନିର୍ମଳ ନିଷ୍ପାପ ଥିଲା ମନ ମୋର
ଆଜି କଳଙ୍କିତ କାହାଠାରେ……!!!

ଭାବନା ରାଇଜେ ଥିଲୁ ଅଳଙ୍କାର
ଗଲାଣି କବର ହୋଇ
ପାନ୍ଥଶାଳାର ସେ କୋଠରୀ ଭିତରେ
ଆଜି ବି ରହିଛି ଚାହିଁ…..!!!!

ମନ ଉପବନେ କେତେଯେ ତଟିନୀ
ଝଡିଗଲେ ତୁମ ପାଇଁ
ଅବ୍ୟକ୍ତ ଯନ୍ତ୍ରଣା ଯନ୍ତ୍ରଣାରେ ରହେ
ପାରିଲିନି କେବେ କହି……!!!!!

ସପନରେ ତତେ ଦେଖୁଛି ମୁଁ ନିତି
କରୁଛି କେତେ ଯେ ଗେଲ
ଏ କାୟା ଜୀବନେ ତୁ ଥିଲୁ ଅଛୁ
ଏବେ ବି ପାଉଛି ଭଲ
ତତେ ଏବେବି ପାଉଛି ଭଲ ……!!!!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top