ସ୍ୱୟଂପ୍ରକାଶିତ, ଶାଶ୍ୱତ, ନିରାକାର, ଅଦୃଶ୍ୟ ,ସର୍ବବ୍ୟାପୀ ଦିବ୍ୟତା-ଯାହା ଆଧାରରେ ସୃଷ୍ଟି ସୃଷ୍ଟ….
ଆଦିରୁ ଅନ୍ତଯାଏଁ ସମସ୍ତ ଘଟଣାବଳୀର ବ୍ରହ୍ମରହସ୍ୟ..
ଘୋର ଅଜ୍ଞାନରୁ ନିର୍ବାଣଯାଏଁ ଲମ୍ବିଯାଇଥିବା ପଥ..
ତିନିକାଳ, ତିନିପୁରର ଦିବ୍ୟଦ୍ରଷ୍ଟା..
ଜଡ ଓ ଚେତନର ହେତୁ..
ଭୀଷ୍ମଙ୍କର ପ୍ରତିଜ୍ଞା, ଦ୍ରୌପଦୀଙ୍କ ପବିତ୍ରତା, ବିଦୂରଙ୍କ ନିରପେକ୍ଷତା ଆଉ ଘଟୋତ୍କଚଙ୍କ ତ୍ୟାଗର ସାକ୍ଷୀ…
ଭରତଙ୍କ ନିଷ୍କପଟତା, କୌଶଲ୍ୟାଙ୍କ ହୃଦୟର ବିଶାଳତା, ଉର୍ମିଳାଙ୍କ ସମର୍ପଣ ଆଉ ଶବରୀଙ୍କ ଅପେକ୍ଷାର ପ୍ରମାଣ…
ତପସ୍ୱୀର ମୌନତା, କଣ୍ଠୀରବର ବିକଟାଳ ରଡି, ନିଦାଘର ଶୋଷ, ମହାପ୍ରସାଦ ସେବନର ତୃପ୍ତି, ଏନ୍ତୁଡିରେ କୁଆଁକୁଆଁ ରାବ ଆଉ ମଶାଣିରେ ରାମନାମର କାରଣ…
ପାପ-ପୁଣ୍ୟ, ପ୍ରେମ-ମୋହ, କ୍ଷମା-କାପୁରୁଷତା ,ଶିବ-ଶବର ସୀମାରେଖା…
କୋଦଣ୍ଡଧାରଣ ଶ୍ରୀରାମଙ୍କ ସ୍ୱରୂପ, ମହାଦେବଙ୍କ ମହାତାଣ୍ଡବର ତୀବ୍ରତା, ଅନନ୍ତଶାୟୀ ପଦ୍ମନାଭଙ୍କ ସ୍ଥିରତା…..
କେବେ ମନ୍ମଥନାଶୀ ଶିବାଗ୍ନି ତ କେବେ ଶୀତୁଆ ସକାଳର କଅଁଳ ଖରାର ଅନୁଭବ…
ସତ୍ୟହିଁ ସତ୍ୟର ଜ୍ଞାତା, କର୍ତ୍ତା ଆଉ ଅନୁଭବୀ..
ସତ୍ୟ
ଲେଖିଛନ୍ତି
ସତ୍ୟହିଁ ସତ୍ୟର ଜ୍ଞାତା, କର୍ତ୍ତା ଆଉ ଅନୁଭବୀ..
ସତ୍ୟ