କବିତା

ଅନୁବାଦ

Madhab Chandra Jena's odia poem Anubada

ଜୀବନକୁ ମୃତ୍ୟୁରେ ଅନୁବାଦ କରେ
ଧିରେ ଧିରେ ମୁଁ ଖୁବ ଧିରେ ଧିରେ ।

ଅନୁବାଦ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନକୁ ମୃତ୍ୟୁରେ ଅନୁବାଦ କରେ
ଧିରେ ଧିରେ ମୁଁ ଖୁବ ଧିରେ ଧିରେ ।

ପୁଅକୁ ଅନୁବାଦ କଲେ ବାପ
ବାପକୁ ଅନୁବାଦ କଲେ ପୁଅ,
ଝିଅକୁ ଅନୁବାଦ କଲେ ମା
ମା କୁ ଅନୁବାଦ କଲେ ପୁଣି ଝିଅ
ବର୍ଷାରୁ ମେଘ, ମେଘରୁ ବର୍ଷା
ପାଣିର ଠିକ ଠିକ ଅନୁବାଦ ଅସମ୍ଭବ
ଯେପର୍ଯ୍ୟନ୍ତ ଷୋସାର ଅନୁବାଦ ଅସମ୍ଭବ ।

ସବୁ ଅନୁବାଦ ଶତ ପ୍ରତିଶତ ଅସମ୍ଭବ
ଅନୁବାଦ ବେଳେ କିଛି କିଛି ମରିଯାଏ
ବେଳେ ବେଳେ ଅନେକ କିଛି ମରିଯାଏ
କେବେ କେବେ ସବୁ କିଛି ।

ଏଇ ଯେମିତି ମାଙ୍କଡ଼ରୁ ମଣିଷର ଅନୁବାଦ
ମୃତ୍ୟୁରୁ ଜୀବନର ଅନୁବାଦ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top