କବିତା

ଯିବ ଗଲା ପରେ

Santanu Kumar Rout's odia poem Jiba Galaa Pare

ନିଦ ଭାଙ୍ଗି ଗଲା ପରେ ମୁଁ ଜାଣିଲି
ସପନ ମୁଁ ଦେଖୁଥିଲି
ସପନ ମୁଁ ଦେଖୁ ଥିଲି…..!!

ଯିବ ଗଲା ପରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏ ଯିବ ଚାଲିଗଲା ସଭିଏଁ କାନ୍ଦିଲେ
ଅଧ୍ୟାୟର ଲୀନ ହେଲା
ଛ ଖଣ୍ଡ ବାଉଁଶ ଚାରି କାନ୍ଧ ରେ ଯେ
ସବ ମୋର ଚାଲୁ ଥିଲା
ସବ ମୋର ଚାଲୁ ଥିଲା…!!

ଗାଁ ଠାରୁ ଯାଏ ସହର ପର୍ଯ୍ୟନ୍ତ
ଜନ ଶୋକ ସାଗର ରେ
ଘରଣୀ ଟା ମୋର ମୁଣ୍ଡ ପିଟୁଥିଲା
ବାହାର ଦାଣ୍ଡ ପିଣ୍ଡା ରେ
ବାହାର ଦାଣ୍ଡ ପିଣ୍ଡା ରେ….!!

ବାବାଙ୍କ ଆଖିରେ ଅବିଶ୍ରାନ୍ତ ଲୁହ
ମନରେ ଅଦୃଶ୍ୟ ଗାର
ଭେଣ୍ଡିଆ ପୁଅର ଆକସ୍ମିକ ମୃତ୍ୟୁ
ଛାତିରେ ବଜ୍ର ପାହାର
ଛାତିରେ ବଜ୍ର ପାହାର…..!!

ବୋଉ ଟା ମୋଅର ପାଗେଳୀ ପରାୟ
ହେଉଥିଲା ଚେତା ଶୂନ୍ୟ
ପାଣି ଛାଟି ଛାଟି ଚେତା କରୁଥିଲେ
ପାଖ ଆତ୍ମ ପରିଜନ
ପାଖ ଆତ୍ମ ପରିଜନ…….!!

ନିଦରେ ଥାଇ ମୁଁ ଜୀବନ ମରଣ
ଦେଖୁଥିଲି ଆଖି ଖୋଲି
ନିଦ ଭାଙ୍ଗି ଗଲା ପରେ ମୁଁ ଜାଣିଲି
ସପନ ମୁଁ ଦେଖୁଥିଲି
ସପନ ମୁଁ ଦେଖୁ ଥିଲି…..!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top