କବିତା

ହଁ ମୁଁ କଟକିଆ

Sushil Kumar Chhatoi's odia poem Han Mun Katakiaa

ହଁ ମୁଁ କଟକିଆ
ମତେ ଭଲ ଲାଗେ ମା କଟକ ଚଣ୍ଡୀଙ୍କ ମିଠା ଭୋଗ ଛୋଟିଆ ଛୋଟିଆ (୪)

ହଁ ମୁଁ କଟକିଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହଁ ମୁଁ କଟକିଆ
ମତେ ଭଲ ଲାଗେ ଘାଟ ଗଡଗଡିଆ (୧)

ହଁ ମୁଁ କଟକିଆ
ମତେ ଭଲ ଲାଗେ ଛତ୍ର ବଜାରର ଅଳିଆ (୨)

ହଁ ମୁଁ କଟକିଆ
ମତେ ଭଲ ଲାଗେ ହାଡିଆ ପଠାର ପବନ ସୁଲୁସୁଲିଆ (୩)

ହଁ ମୁଁ କଟକିଆ
ମତେ ଭଲ ଲାଗେ ମା କଟକ ଚଣ୍ଡୀଙ୍କ ମିଠା ଭୋଗ ଛୋଟିଆ ଛୋଟିଆ (୪)

ହଁ ମୁଁ କଟକିଆ
ମୋ ପାଇଁ ଆମ ଦହିବରା ଆଳୁଦମ୍ ସୁଆଦିଆ (୫)

ହଁ ମୁଁ କଟକିଆ
ଏଠି ମୁସଲମାନ ଭାଇ ଦଶହରା ରେ ଗଢେ ଜରି ମେଢ଼ ଚିକିମିକିଆ (୬)

ହଁ ମୁଁ କଟକିଆ
ଆମ ଖାନନଗର ଶ୍ମଶାନ କାଳି ଛକ ର ନାମ ମଲାଚଣ୍ଡିଆ (୭)

ହଁ ମୁଁ କଟକିଆ
ଆମ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରଙ୍ଗ ନାଲିଆ (୮)

ହଁ ମୁଁ କଟକିଆ
ଆମ କୁଆଁରୀ ଝିଅ ସବୁ ସୁନ୍ଦରୀ ଆଉ ଅଝଟିଆ (୯)

ହଁ ମୁଁ କଟକିଆ
ମୋ ପାଇଁ କଟକ ମୋ ମା ଭଳିଆ (୧୦)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top