ବଡ଼ ସହରର ରାସ୍ତା ଉପରେ
ସୂର୍ଯ୍ୟର ଅନୁପସ୍ଥିତିରେ
ଦୌଡୁଥିବା ଗାଡ଼ିର ମଲାଟରୁ
ଟ୍ରାଫିକ୍ର ନାଲି, ସବୁଜ ଓ କମଳା ସଙ୍କେତ ଭିତରୁ
ଖୋଜୁଥିଲି ତୋ ଦେହର ରଙ୍ଗ।
ଜନପୂର୍ଣ୍ଣ ପୋଖରୀରେ, ଆଧୁନିକ ଯନ୍ତ୍ରାଂଶ ଭିତରେ
ବଡ଼ ବଡ଼ କୋଠାଘର ତଳେ
ଗାଡ଼ିମାନଙ୍କର ହର୍ଣ୍ଣ ମଧ୍ୟରୁ
ଖୋଜୁଥିଲି ତୋର ମିଠା ସ୍ୱର।
ଖରାଦିନିଆ ତାତିରେ
ଲାଇନ୍ ନ ଥିବା କୋଠରୀର ଦର ଆଉଜା କବାଟ ଫାଙ୍କରେ
ଦେହକୁ ଛୁଁଥିବା ମଳୟର ପ୍ରେମରେ
ଖୋଜୁଥିଲି ତୋ ହାତର ସ୍ପର୍ଶ।

 
											 
											 
						 
					 
						 
					 
						