କବିତା

ପାଉଁଶ ଓ ନିଆଁ

Dr Nilamadhab Kar's odia poem Paaunsha O Nian

ତମେ ମୋ ପାଇଁ
ଜଳିପୋଡ଼ି
ପାଉଁଶ ହେଇ ଯାଅନା !!

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାଉଁଶ
ମୋ ପ୍ରେମିକା କହିଲା
ତମେ ଏତେ ସୁନ୍ଦର
ତମ ପାଉଁଶ
କେତେ ସୁନ୍ଦର ହେଇ ନ ଥିବ !

ତମେ ମୋ ପାଇଁ
ଜଳିପୋଡ଼ି
ପାଉଁଶ ହେଇ ଯାଅନା !!

ନିଆଁ
ଆଲିଙ୍ଗି ନିଅ ମୋତେ, ତମେ ପ୍ରିୟା
ଜଳିବି ମୁଁ ତୁମ, ଦେହର ନିଆଁରେ
ମନ ଇଚ୍ଛା
ମାଖି ହେଇ ଯିବାଯାଏ, ଭସ୍ମ ହେଇ,
ତମ ଅଙ୍ଗରେ ଅଙ୍ଗରେ

ନିଆଁ ପରି ଲହ ଲହ
ତମ ଦୋଳାୟିତ ତାତିଲା ତନୁରେ
ସଜେଇ ହେଇ, ଆସ ତମେ ବାରେ
ବିନା ଭୂଷଣରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top