ସମୟ ଦିନେ ବଦଳିବ ।
ଅହଂକାରୀର ଅହଙ୍କାର ଭାଙ୍ଗିବ
ଅହଙ୍କାର ମନ ନେଇ ବାସ୍ତବତା କୁ ଏଡେଇ ,
ବୟସର ଅପରାହ୍ନ ରେ ସବୁ ଅହଙ୍କାର ଅବସାନ୍ନ ଘଟିବ ।
ସମୟ ଦିନେ ବଦଳିବ ।
ଜୀର୍ଣ୍ଣ ହେବ ସେ ସୋନ୍ଦର୍ଯ୍ୟ
ଜୀର୍ଣ୍ଣ ହେବ ସେ ସ୍ୱାର୍ଥପରତା ଭାବ
ଜୀର୍ଣ୍ଣ ହେବ ସେ କପଟୀ ପଣିଆର କପଟତା
ସମୟ ଦିନେ ବଦଳିବ ।
ତୁଚ୍ଛ ହେବ ସେ ଗର୍ବର ଗରିମା ।
ତୁଚ୍ଛ ହେବ ସେ ସ୍ୱାର୍ଥର ବଡିମା ।
ତୁଚ୍ଛ ହେବା ସେ କୃପଣ ମନରେ ବସା ବାନ୍ଧିଥିବା କାର୍ପଣ୍ୟତା ।
ସମୟ ଦିନେ ବଦଳିବ ।
ନଷ୍ଟ ହେବ ମନର ସେ ଘୃନ୍ୟତା
ନଷ୍ଟ ହେବ କୃତଘ୍ନର ସେ ଗାମ୍ଭିର୍ଯ୍ୟ
ନଷ୍ଟ ହେବ ସେ ବଡଲୋକୀ ପଣିଆର ଆତ୍ମବିଶ୍ୱାସ ।
ସମୟ ଦିନେ ବଦଳିବ ।
