କବିତା

ମୁଁ ଯାଜ୍ଞସେନୀ କହୁଛି

Mamata Basantia's odia poem Mun Jagyaseni Kahuchhi

ହେଲେ ପ୍ରକୃତରେ ମୋର ପରିଚୟ କ’ଣ?
କିଏ ମୁଁ ?

ଯଜ୍ଞରୁ ଜାତ ବୋଲି
ସକଳେ କହିଲେ ଯାଜ୍ଞସେନୀ ।
କୃଷ୍ଣ ଙ୍କୁ ସମର୍ପିତା ବୋଲି
ଯାଜଋଷି କହିଲେ କୃଷ୍ଣା ।

ଦ୍ରୁପଦ କନ୍ୟା ବୋଲି
ସମାଜ କହିଲା ଦ୍ରୌପଦୀ ।
ପାଞ୍ଚାଳ ରାଜକନ୍ୟା ବୋଲି
ଇତିହାସ କହେ ପାଞ୍ଚାଳୀ ।

ହେଲେ ପ୍ରକୃତରେ ମୋର ପରିଚୟ କ’ଣ?
କିଏ ମୁଁ ?

ରକ୍ତମାଂସ ଗଢା ପିତୁଳାଟିଏ ?
ଯାହାକୁ ଏ ସମାଜ
ଧର୍ମରକ୍ଷା ପାଇଁ ଲୋଡିଥାଏ ?

ଆଜୀବନ ଧର୍ମ ରକ୍ଷା ଦ୍ଵାହିରେ
ଆଜି ମୁଁ ନିର୍ବାସିତା,ପରିତ୍ୟକ୍ତା
ମୋ ଶରୀରର ପ୍ରତିଟି ରୁଧିର ଅନଳରେ,
ମୁଁ ଆଜି ଆକ୍ତା ମାକ୍ତା ।

କେବେ ପିତା ତ କେବେ ପତି,
ଧର୍ମରକ୍ଷା ପାଇଁ ମୋ ଜୀବନର ସ୍ଥିତି ।

କ’ଣ ମୁଁ ପାଇଛି ଏ ଧର୍ମରକ୍ଷାରୁ ?
କ’ଣ ମୁଁ ପାଇଛି ଏ ସତ୍ୟରକ୍ଷାରୁ ?
କେବଳ ଲାଞ୍ଛନା,ପୀଡନା ଆଉ ଅବମାନନା ?

ଏହି କ’ଣ ମୋର ପ୍ରାପ୍ୟ ??
ଏହି ପ୍ରଶ୍ନବାଚୀରେ କ’ଣ ମୋ
ଜୀବନର ଲୋପ୍ୟ ???

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top