କବିତା

ହେ ଯାଦୁଗର କୃଷ୍ଣ

Jayashree Swain's odia poem Hey Jaadugara Krushna

ତୁମ ଶ୍ରୀ ଚରଣେ ମନ ରଖିଥାଏ
କେଡେ ମନୋଲୋଭା ତୁମେ ।
ଚଞ୍ଚଳା ମନାକୁ ଆୟତ କରିଛ
କଳା ଗୁଣି ବୋଲା ଯାଏ ।

ତୁମେ ସେହି ନୀଳକଇଁ
ଯାହାର ତୁଳନା ଯେ ନାହିଁ
ଶ୍ରୀରାଧାଙ୍କ ମନକୁ ଚୋରାଇ
ଏତେ ଖୁସୀ ହୁଅ କାହିଁ ।

ହଁ ସେ ହୋଇପାରେ ଅଭିମାନୀ
କିନ୍ତୁ ତୁମ ରୂପକୁ କରେନି ଦୂର
କଳା ରଙ୍ଗ ମଖା ତୁମରି ଶରୀରେ
ନିଜଠୁ ହୁଏ ସେ ପର ।

ଯମୁନା ପାଣିଠୁ ଆରମ୍ଭ କରିକି
କଜଳ ପାତିକୁ ଚାହିଁ ଥାଏ ।
ଆଖିରେ କଜ୍ଜଳ ଲଗାଇ ଦେଇକି
କୃଷ୍ଣ ପାଖେ ମନ ଦିଏ ।

ତୁମ ଶ୍ରୀ ଚରଣେ ମନ ରଖିଥାଏ
କେଡେ ମନୋଲୋଭା ତୁମେ ।
ଚଞ୍ଚଳା ମନାକୁ ଆୟତ କରିଛ
କଳା ଗୁଣି ବୋଲା ଯାଏ ।

ତୁମକୁ ନିଜର କରିପାରିଲେନି
ଦୁଃଖ ଭରା ଜୀବନରେ ।
ତୁମ ଶ୍ରୀମୁଖକୁ ଦେଖିଦେଲେ ଟିକେ
ସବୁ ସୁଖ ମିଳି ଯାଏ ।

ମାୟାର ବିସ୍ତାର ଏମିତି କରିଛ
ରାସ୍ତା ତୁମ ବିନା ନାହିଁ ।
ତୁମରି ପୟରେ ନିଜକୁ ଲୁଚାଇ
କେହି ବଞ୍ଚି ପାରି ନାହିଁ ।

1 Comment

1 Comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top