କବିତା

ଅନନ୍ଯା ଅପର୍ଣ୍ଣା

Brundabana Das's odia poem Ananyaa Aparnna

ସେ କହେ
ପ୍ରେମରେ ନଥାଏ ଆଧିପତ୍ଯ ଅହଂକାର
ସେ ଭୋଗୁଥିବା
ନଖଦନ୍ତ ଦଂଶିତ ରକ୍ତ ନିଗିଡା ଧର୍ଷିତ ମୁହୂର୍ତ୍ତ
ଥାଏ
ମାଟିକୁ ଚେର ଜାବୁଡି ଧରିଲା ପରି
ମଜବୁତପଣ
ପାଣି ପରି ନିଗିଡିଯିବାରେ ଛଳଛଳ ମନଟିଏ ।

ସମ୍ପର୍କର ମରୁଡିରେ
ସମୟ ହୁଏନା ସିନା ଭେଟିବାକୁ
” ନିତ୍ଯ ବୈକୁଣ୍ଠ ” ରୁ
କବୀ ହୃଦୟକୁ ଛୁଉଁଥିବା କଥା
ଜୀବନ୍ଯାସ ପାଇଲା ପରେ
ଯୋଡି ହୋଇଯାଏ
ଭାବର ଭକତି ସେଇ ନିଃସଙ୍ଗ ଈଶ୍ୱରୀ ସହ ।

ନିଆଁ ନଈ ମଝିରେ ଫୁଟାଇପାରେ ସିଏ
ରକ୍ତର କମଳ
ସାତତାଳ ପଙ୍କ ସୁବର୍ଣ୍ଣ ଫରୁଆ
ତା’ ଭିତରେ କଳା ଭଅଁର
ବୁଢୀ ଅସୁରୁଣୀ ଜୀବନ ନାଟିକା
କିଏ ଖୋଜି
ବିଦ୍ଧ କରିପାରେ ଶବ୍ଦର ତୀରରେ !

ପରସ୍ତ ପରସ୍ତ ଆଡେଇ
ବ୍ଯବଚ୍ଛେଦ କରେ ମନତଳର କେତେ ଗହିରକୁ
କେତେ କ୍ଷୋଭ କେତେ ଅବସୋସ
କେତେ ଅଭିମାନ କେତେ ଅନୁରାଗକୁ ଥୁଏ
ଶବ୍ଦକୁ ପ୍ରତିମା କରି
ଅନୁଭବର ଥାକରେ
ଝଳୁଥାନ୍ତି ସେମାନେ ଲୁହର ରଙ୍ଗରେ ।

ସେ କହେ
ପ୍ରେମରେ ନଥାଏ ଆଧିପତ୍ଯ ଅହଂକାର
ସେ ଭୋଗୁଥିବା
ନଖଦନ୍ତ ଦଂଶିତ ରକ୍ତ ନିଗିଡା ଧର୍ଷିତ ମୁହୂର୍ତ୍ତ
ଥାଏ
ମାଟିକୁ ଚେର ଜାବୁଡି ଧରିଲା ପରି
ମଜବୁତପଣ
ପାଣି ପରି ନିଗିଡିଯିବାରେ ଛଳଛଳ ମନଟିଏ ।

ଏ ସହର ଥକ୍କା ହୋଇ ଶୋଇଗଲା ପରେ
କବିତାର କଢିଧରେ
ସବୁ ଅନ୍ଧାରକୁ ଦେହରେ ବୋଳି
ତାରା ସଙ୍ଗେ ସେ କଥାହୁଏ
ଏକ୍ଲାପଣକୁ ସଜାଡେ
ନିଜ ଭିତରେ ନିଜକୁ ଖୋଜି କେତେ ପ୍ରଶ୍ନ ପଚାରେ
କେତେ କଥାକୁ ନେଇ ପ୍ରତିବାଦ କରେ
ପୁଣି ଯୋଗରେ ବସେ
ଜଡତାକୁ ଲଂଘି
ଉତୁରିପଡେ ତାଠୁଁ ଯୋଗିନୀର ଗୀତ ।

ପୂର୍ଣ୍ଣତମା
ସେ ଅନନ୍ଯା ଅପର୍ଣ୍ଣା
ନିତ୍ଯ ବେୈକୁଣ୍ଠରୁ ଭାସି ଆସୁଥାଏ
ସେ କଣ୍ଠରୁ ଦିବ୍ଯ ଲୋକର କଥା
ନଷ୍ଟନାରୀ କେହି ନୁହେଁ
ଖୋଲିଦିଅ ଝିଅପାଇଁ ଝର୍କାଟିଏ
ଚେତନାର ଦଲକାଏ ପବନରେ ଖୋଲିଯିବ
ଅନେକ ମୁଦ୍ରିତ ଆଖି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top