କବିତା

ବୋଉ

Mamata Basantia's odia poem Bou

ଆଜନ୍ମରୁ ମିଳିଥିବା ଅମୂଲ୍ୟ ସମ୍ପଦ ଟିଏ,
ବିପଦ ଆପଦରେ ସାହା ସିଏ ।

ଦୁଇଟି ଅକ୍ଷରର ଶବ୍ଦଟିଏ
କିନ୍ତୁ ଅସରନ୍ତି ସ୍ନେହର ଭଣ୍ଡାର ସିଏ ।

ଘରେ ପହଞ୍ଚିବା ପରେ
ମୁଖର ପ୍ରଥମ ଶବ୍ଦଟିଏ,
ଘରୁ ବାହାରିବା ବେଳେ
ଶୁଭ ଯାତ୍ରାର ଶୁଭେଚ୍ଛୁ ସିଏ ।

ଆଜନ୍ମରୁ ମିଳିଥିବା ଅମୂଲ୍ୟ ସମ୍ପଦ ଟିଏ,
ବିପଦ ଆପଦରେ ସାହା ସିଏ ।

ସ୍କୁଲର ପାଠପଢ଼ାରୁ ଆରମ୍ଭ କରି
ସ୍କୁଲରେ ପାଠ ପଢେଇବା ଯାଏ,
ସୁଖ ଦୁଃଖର ସାଥୀ ଟିଏ ।
ଆଉ କେହି ନୁହେଁ
ମୋ ବୋଉ ସିଏ….
ମୋ ବୋଉ ସିଏ………

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top