କେତେ ଦିନ ଆଉ ନୀରବ ରହିବା ଛାତିରେ କୋହକୁ ଧରି
ସେଇ କୋହ କାଢି ଦେଶକୁ କରିବା ସୁରକ୍ଷା ଗଲେ ପଛେ ଯିବା ମରି (୧)
ଗାନ୍ଧୀଙ୍କ କଥାକୁ ମାନିକି ଚାଲିବା ସୁବାଷଙ୍କ ପରି ଲଢ଼ୁଆ ହେବା
ଆମ ଦେଶ ପାଇଁ ଯିଏ ଶତ୍ରୁଟେ ସାଜିବ ପ୍ରତିଜ୍ଞା କର ତା ଜୀବନ ନେଇକି ରହିବା (୨)
ଆମ ମନେ ସିନା ରାଗ ହିଂସା ନାହିଁ ଅଛି ବନ୍ଧୁ ପ୍ରତି ସ୍ନେହ
ସେଇ ବନ୍ଧୁ ଯେବେ ଅରି ହୋଇଆସେ ଆମେ ବନ୍ଦ କରିବା ତା ମୁହଁ (୩)
ଆମ ପାଇଁ ବଡ଼ ଆମ ମାଆ ମାଟି ଜନ୍ମ ଆମ ତା’ର କୋଳେ
ତାକୁ କିଏ ଯଦି ଖରାପରେ ଦେଖେ ତାକୁ ନିହତ କରିବା କୌଶଳେ (୪)
ପ୍ରତିଦିନ ଆମ୍ଭେ ସ୍ୱପ୍ନରେ ଦେଖିବା ଯବାନଟେ ହେବାପାଇଁ
ଆମ ଜିବ(ଜୀବନ) ଯଦି ଚାଲିଯିବ କେବେ ହସି ହସି ଯିବା ସହି (୫)
ଜୀବନ ଆମ୍ଭର ନୀରବିବ ଯଦି ଆମ ମାଟି ମାଆ ସୁରକ୍ଷା ପାଇଁ
ସେଇ ମାଆ ଦିନେ ସ୍ନେହେ କୋଳେଇବ ତୁମ ବୀର ଗାଥା ଗାଇ (୬)
ଦେଶମାତୃକାର ସୁରକ୍ଷା ପାଇଁକି ଏଠି ଯେତେ ବି ଜୀବନ ଯାଇଛି
ବୀରପୁଅଟିର ବଳିଦାନ ଦେଖି ତାକୁ ଏଇ ମାଟି ମାଆ କୋଳେଇ ନେଇଛି (୭)
ଏତିକି ପ୍ରାର୍ଥନା ପ୍ରଭୁଙ୍କୁ କରେ ମୁଁ ଯେବେ ଦେବେ ମୋତେ ଗୋଟେ ସୁଯୋଗ
ନିଜେ ପଛେ ମରି ଦେଶ ରକ୍ଷାକରି ଶତ୍ରୁଙ୍କୁ ଦେଖାଇବି ତାଙ୍କ ଦୂର୍ଯୋଗ (୮)
ଯେତେ ବୀରଙ୍କର ଜୀବନ ଯାଇଛି ତାଙ୍କ ଆତ୍ମାର ସଦ୍-ଗତି ହେଉ
ଏତିକି ବିନତି କରେ ସମସ୍ତଙ୍କୁ ଆମ ମନେ ତାଙ୍କ ସ୍ମୃତି ଜିଇଁ ଥାଉ (୯)
ଜାଗ୍ରତ ହୁଅ ହେ ! ନକରି ମଠ ସଜାଗ ହେଇକି ଅସ୍ତ୍ର ସଜାଡ
ଆଉ କାହା ପାଇଁ କିଏ ବଡ଼ ହୋଇପାରେ ଆମ ପାଇଁ ଆମ ମାଟି ମାଆ ବଡ଼ (୧୦)
