ବହୁ ବାଟ ଚାଲି ଆସିବା ପରେ ତଥାପି ଅସରା ବାଟ,
ଆଗକୁ ବି ସେଇ ରାସ୍ତା ହାତ ମେଲେଇ ବସିଛି ।
ଧାଇଁ ଧାଇଁ ଜୀବନ ସରିଲା ସିନା,
ବାଟ ସରିଲାନି ।
ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି,
ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।
ନିଶ୍ୱାସ ବି ଗଣି ଗଣି ନେଲି,
ଭୋକ, ଶୋଷର ହିସାବ ହଜେଇ ଖାଲି ବଞ୍ଚି ରହିଲି ଯାହା;
ବଞ୍ଚିବା ପାଇଁ, ହଁ ବଞ୍ଚିବା ପାଇଁ ।
