କବିତା

ଅସରା ବାଟ

Shrikhetra Sundar's odia poem Asara Baata

ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି,
ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।

ବହୁ ବାଟ ଚାଲି ଆସିବା ପରେ ତଥାପି ଅସରା ବାଟ,
ଆଗକୁ ବି ସେଇ ରାସ୍ତା ହାତ ମେଲେଇ ବସିଛି ।

ଧାଇଁ ଧାଇଁ ଜୀବନ ସରିଲା ସିନା,
ବାଟ ସରିଲାନି ।

ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି,
ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।

ନିଶ୍ୱାସ ବି ଗଣି ଗଣି ନେଲି,
ଭୋକ, ଶୋଷର ହିସାବ ହଜେଇ ଖାଲି ବଞ୍ଚି ରହିଲି ଯାହା;
ବଞ୍ଚିବା ପାଇଁ, ହଁ ବଞ୍ଚିବା ପାଇଁ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top