ପ୍ରେମିକା ମୋ ପ୍ରିୟତମା….
ତୁମେ ମୋ ଜୀବନ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା
ତମକୁ ଦେଖି ମେଣ୍ଟିଯାଏ ମୋ ମନର ତୃଷ୍ଣା
ଜାଣେନି ତୁମ ଜୀବନରେ ମୁଁ କେଉଁ ସ୍ଥାନ ନିଏ
ମୋ ସ୍ୱପ୍ନ ରାଣୀର ଆସନ କେବଳ ତୁମ ପାଇଁ ଯେ ସଜାଏ …
ପ୍ରେମିକା ମୋ ପ୍ରିୟତମା…
କେବେତ ଥରେ ବୁଝିବାକୁ ଚେଷ୍ଟା କର ମୋ ଅନ୍ତର ଭାବନା
ଜାଳିଦିଏ ସେ ଭାବନା କରି କେତେ ଯେ ଆନମନା
ମୋ ପରିବାର ପରେ ଯଦି କିଏ ଆସେ ମୋ ଜୀବନରେ
ତୁମର ସେ ସ୍ଥାନ ସଦା ସର୍ବଦା ଅଗ୍ରରେ..
ପ୍ରେମିକା ମୋ ପ୍ରିୟତମା..
ଥରେ ନିରୋଳାରେ ପରଖି ନିଅ ମୋ ହୃଦୟକୁ
ବୁଝିଯିବ ତୁମ ପ୍ରତି ଥିବା ମୋ ନିସ୍ଵାର୍ଥ ପ୍ରେମକୁ
ସନ୍ଦେହର କଳା ଚାଷମାକୁ ଥରେ ଫିଙ୍ଗି ଦେଇ ଦେଖ
ପାଇଯିବ ସେଥିରେ ତୁମେ ଜୀବନର ରଙ୍ଗୀଳ ଚିତ୍ର
ପ୍ରେମିକା ମୋ ପ୍ରିୟତମା…
ତୁମର ସେ ରାଗ ରୁଷା ମାନ ଅଭିମାନ
କରିଦିଏ ଧୂଳିସାତ ମୋର ଅସରନ୍ତି ସ୍ଵପ୍ନ
ଧୂଳିଘର ନୁହେଁ ଇଏ ଆମ ଦୁହିଁଙ୍କ ଜୀବନର ପ୍ରଶ୍ନ
ମିଳିମିଶି କରିବା ଆମେ ସମସ୍ତ ସମାଧାନ..
ପ୍ରେମିକା ମୋ ପ୍ରିୟତମା…
ସନ୍ଦେହ ରୂପୀ ଲହଡି ଆସେ ଯେବେ ମାଡ଼ି
ବିଶ୍ୱାସର ବାଡ଼ି ଧରି ତାକୁ ଯିବା ଆମେ ଏଡି
ପରସ୍ପର ଆନ୍ତରିକତାର ଭାବନାକୁ ଧରି
ବିତାଇବା ଜୀବନରେ ମଳୟ ଦେଇ ଭରି..
ପ୍ରେମିକା ମୋ ପ୍ରିୟତମା..
ରାଗ ଅହଂକାର ଛାଡି ଥରେ ମୋ ହୃଦୟ କୁ ଚି଼ହ୍ନ
ସେଇ ହୃଦୟରେ ଅଛି ତୁମ ପାଇଁ ପ୍ରେମ ପରିପୂର୍ଣ୍ଣ
ଆଜିବି ପ୍ରତୀକ୍ଷାରତ ମୋର ଏଇ ଦୁଇ ନୟନ
ଦେଖିବାକୁ ମୋ ପ୍ରିୟାର ସେଇ ଲାଜୁଆ ଓଠର ବର୍ଣ୍ଣ ..
ପ୍ରେମିକା ମୋ ପ୍ରିୟତମା..
ତୁମ ପ୍ରିୟତମ ଆଜି ଚାତକ ସାଜିଛି
କେବେ ତୁମେ ବରଷିବ ତୁମକୁ ଚାହିଁଛି
ସନ୍ଦେହ ଛାଡି ଆଙ୍କିଦିଅ ତା ଜୀବନେ ଇନ୍ଦ୍ରଧନୁ…
ସବୁ ଆଶା ଆକାଂକ୍ଷା ଯେ ପୂର୍ଣ୍ଣ ହେଉ ମନୁ..
ପ୍ରେମିକା ମୋ ପ୍ରିୟତମା…
ଏଇ ଅଶାନ୍ତ ମୋ ହୃଦୟର ତୁମେ ଶୀତଳ ଜୋତ୍ସ୍ନା
ଜୀବନ ଯୁଦ୍ଧ ରେ ତୁମେ ମୋ ବିଜୟର ବାସ୍ନା
କଳ୍ପନାର ଛନ୍ଦମୟୀ ପାଦରେ ତୁମେ ଯେ ଘୁଙ୍ଗୁର
ମୋ ଜୀବନ ସଙ୍ଗିନୀ ସାଜି ମୋ ବ୍ୟଥା ପ୍ରଶମିତ କର ।
ପ୍ରେମିକା ମୋ ପ୍ରିୟତମା…
କେବେ ସାଜିବ ମୋ ବଧୂ ତୁମେ ମୋ ଜୀବନର ବନ୍ଧୁ
ହସି ହସି ଡେଇଁ ଯିବା ଆମେ ସାତ ସିନ୍ଧୁ
ସବୁ ଦୁଃଖ ସୁଖ ରେ ଆମେ ସାଙ୍ଗରେ ରହିବା
ଝଡ ଝଞ୍ଜା ଭିତରେ ବି ଆମେ ହସି ହସାଇବା..
ପ୍ରେମିକା ମୋ ପ୍ରିୟତମା…
କେବେ ଯେ ପୁଣି ଆସିବ ସେ ଖୁସିର ଲଗନ
ସର୍ବଦେବାଦେବୀ ଯେବେ କରିବେ ଆଶୀର୍ବାଦ ବର୍ଷଣ
ଦଶଦିଗପାଳ ରହିବେ ସାକ୍ଷୀ ଆମରି ପ୍ରେମର
ବିବାହର ନୀତିରେ ଆମେ ହୋଇବା ସ୍ଵାକ୍ଷର
ଗାଇଁଠାଳ ରେ ବାନ୍ଧି ହେଇ ଆମେ ଆଗକୁ ବଢିବା
ସବୁ ବାଧା ବିପତ୍ତି କୁ ସାଥିରେ ଲଢ଼ିବା…
ପ୍ରେମିକା ମୋ ପ୍ରିୟତମା..
ଦୁହେଁ ଦୁହିଁଙ୍କର ଜୀବନର ଇନ୍ଧନ ସାଜିବା
ପ୍ରେମ ଭଲପାଇବାର ଦୀପଟିଏ ଜଳେଇବା
ସମସ୍ତଙ୍କ ସ୍ନେହ ଆଶୀର୍ବାଦକୁ ପୁଞ୍ଜିକରି
ଜିଁଯିବା ସାତଜନ୍ମ ଜୀବନେ ଫଗୁଭାରୀ ।
