ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଏଇଠି ଏମିତି ଦିନସବୁ
ଟପ୍ ଟାପ୍ ଯାଏ ଝରି
ବରଷାର ଟୋପା ପରି
ମଥାନ ଚାଳରୁ
ତା ଭିତର ଦେଇ
ଧୁଆଁଳିଆ ଲୁହର ବାମ୍ଫରେ
ବତୁରା ମୋ ମନ
ନିରବ ନିଶ୍ଚଳ
ପଡିରହେ –
ମୁର୍ଦ୍ଦାରର ଇଚ୍ଛା ପରି
ସଂଶୟଟେ – କୁଆଡେ ଯାଉଛି
ପହଞ୍ଚିପାରିବି କି – ନା –
ଘେରିଆସେ
ତୁଚ୍ଛାଟାରେ
ଅନ୍ଧାର କରିଦିଏ
ଉଜ୍ଜ୍ଵଳ ସକାଳ

ARAVINDA DAS
May 25, 2016 at 4:44 pm
short & crispy poem.wonderful.
Pingback: Odia Poem by Dr Nilamadhab Kar | Oriya Magazine ameodia.com