ପ୍ରଥମ ଅଙ୍କ
କୁଆଁ କୁଆଁ ରବ
ଅନାଦ କୋଳାହଳ
ମିଷ୍ଠାନ୍ନ ବଣ୍ଟନ
ଦୋରଟି ସ୍ୱରରେ ମାଁ ଡାକ,
ଗୁରୁଣ୍ଡି ଗୁରୁଣ୍ଡି ଘର ସାରା
ବାଳୁତ ଦୁଷ୍ଟାମି,
ତା’ପରେ,
ବାପା ହାତ ଧରି ଚାଟଶାଳୀ
ସ୍କୁଲ୍ ଘରେ ପାଠ
କଲେଜ୍ ଜୀବନ
ମିଛି ମିଛିକା ପ୍ରେମ. . . ।
ଦ୍ୱିତୀୟ ଅଙ୍କ
ତାରୁଣ୍ୟର ଉଦ୍ଦାମତା
ଚାକିରୀ ଜୀବନ, ବାହାଘର
ଜୀବନ ସାଥିର ମିଠା କଥା
ଜୀବନର ଉଠ ପଡ଼ା,
ନୂଆ ଗାଡ଼ି, ନୂଆ ଘର
ପୁଅ ଝିଅଙ୍କ ଅଲି ଅଲି
ଘର ସଂସାର ସବୁ ଝମେଲା,
ଯାଏ ସବୁ ବେଗେ ସରି
ଆସେ ସେଇ ଅବସର ।
ଶେଷ ଅଙ୍କ
ସବୁକିଛି ନିରବ
ନିସଙ୍ଗତା ଆଉ ଏକାକିତା
ପୁଅ ଝିଅ ସବୁ ଦୂର ଦୂର
ସମୟ ବସଇ ମାଡ଼ି ମାଡ଼ି
ଶରୀରରେ ନାହିଁ ଆଉ ବଳ
କିଏ କେବେ ଆସେ ନିଜ ଲୋକ
ପଚାରେ ସତରେ ଭଲ ଅଛ ?
ଶେଷରେ ଆସେ ସେ ନିରବତା
ରାମ ନାମ ସତ୍ୟ ରବ,
କହୁଥିବେ ଆହା ଭଲ ଲୋକ
କେଇଦିନ ପରେ ସବୁ ଗଲା
ଯବନିକା ତ ପଡ଼ିଗଲା ।
