ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଏଠି ସେଠି ବାଟ ଅବାଟରେ
ଝରି ପଡ଼ିଥିବା ପତରଟେ ପରି
ଭଲ ଝିଅ ।
ଫଗୁଣର ସକାଳିଆ ଖରା ପରି
ତା ହସ ମାପିଚୁପି
ନିମିଷକ ପାଇଁ ଆସେ
ଯୁଗର ଖୋରାକ ଦେଇ ମହକେଇ ମନ ଓ ଅନ୍ତର ।
ଚିରସ୍ରୋତା ଅନ୍ତସଲୀଳା
ପରି ତା କାନ୍ଦ
ଚାହିଁବା ଜନକୁ ଭିଯାଏ ।
ସିଏ ନାଚି ଜାଣେ ନାହିଁ
ଅଣ୍ଟା ଦୋହଲେଇ ପଥିକଙ୍କୁ ପଛକୁ ଟାଣେନି
ସଯତ୍ନରେ ଶାଢ଼ୀ ପିନ୍ଧେ
ସଫେଦ ରଙ୍ଗର ନୀଳ ଜରିଦିଆ
ତାକୁ କେହି ଅନାଏନି
ମୁଚୁକି ହସେନି
ମାପେନି କେହି ତାର ଛାତିର ଉଚ୍ଚତା
ମଶାଣି ପଠାରେ
ଶହ ଶହ ଶ୍ଵାନ ଆଉ ଶାଗୁଣାଙ୍କ
ଅବହେଳିତ ସିଏ ଗୋଟେ
ତୁଳସୀ ଗଛଟେ
ଭଲ ଝିଅ ।
ସରୁଧାରେ ଅଳତା ବୋଳା
ତା ପାଦ ଦିଟା ପାଇଁ
ଫୁଲଟିଏ ଆଙ୍କିବାକୁ ଇଚ୍ଛା ହୁଏ
ଘର ଦୁଆରରେ ।

ବିନୟ ମହାପାତ୍ର
September 11, 2016 at 7:31 am
କବିତାଟି ବହୁତ ବଢିଆ ହୋଇଛି।