ପ୍ରବନ୍ଧ

ୱିକିପିଡିଆ : ବିଶ୍ଵର ସର୍ବ ବୃହତ ଜ୍ଞାନକୋଷ

Adhyapaka Susant Purohit's Odia prose wikipedia bishwara sarba bruhata gyanakosha

ଏହି ସମସ୍ତ ତଥ୍ୟ ମୂଳ ଇଂରେଜୀ ୱିକିପିଡିଆ ସହିତ ସାରା ପୃଥିବୀ ର ୨୮୦ ରୁ ଉର୍ଦ୍ଧ ଭାଷା ରେ ଉପଲବ୍ଧ ଥିବା ୱିକିପିଡିଆ ସ୍ଥାନିତ ହେଇଥାଏ ଇଣ୍ଟର୍ନେଟ ଜରିଆରେ ।

ୱିକିପିଡିଆ : ବିଶ୍ଵର ସର୍ବ ବୃହତ ଜ୍ଞାନକୋଷ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜାନୁୟାରୀ ୧୦,୨୦୦୧ ରେ ଆରମ୍ଭ ହେଇଥିବା ୱିକିପିଡିଆ ବିଷୟ ରେ କୁହାଯାଏ ପୃଥିବୀର ଏପରି କୌଣଶୀ ବସ୍ତୁ ବା ବିଷୟ ନାହିଁ ଯାହା ଉପରେ ସବିଶେଷ ତଥ୍ୟ ଏଥିରେ ଉପଲବ୍ଧ ନାହିଁ । ଏହା ବସ୍ତୁତ ସମ୍ପୂର୍ଣ ସତ ନ ହେଲେ ଭି ସତ୍ୟର ନିକଟତର ଉକ୍ତି । ଏହା ୱିକିପିଡିଆ ବ୍ୟବହାର କରୁଥିବା ସମସ୍ତେ ନିଶ୍ଚୟ ସ୍ଵୀକାର କରିବେ । ଏହି ସମସ୍ତ ତଥ୍ୟ ମୂଳ ଇଂରେଜୀ ୱିକିପିଡିଆ ସହିତ ସାରା ପୃଥିବୀ ର ୨୮୦ ରୁ ଉର୍ଦ୍ଧ ଭାଷା ରେ ଉପଲବ୍ଧ ଥିବା ୱିକିପିଡିଆ ସ୍ଥାନିତ ହେଇଥାଏ ଇଣ୍ଟର୍ନେଟ ଜରିଆ ରେ । ବର୍ତମାନର ଆକଳନ ହିସାବରେ କେବଳ ଇଂରେଜୀ ଭାଷାରେ ୫ ଲକ୍ଷ ରୁ ଉର୍ଦ୍ଧ ଦଲିଲ ,୪୦ ଲକ୍ଷ ରୁ ବେଶୀ ପ୍ରୁଷ୍ଠା ରହିଛି ଯେଉଥିରେ ବାର୍ଷିକ ୮ ଲକ୍ଷ୍ୟ ସମ୍ପାଦନ କାର୍ଯ୍ୟ ହେଇଥାଏ । ଏଥିରେ ୨୯ ଲକ୍ଷ୍ୟ ପଞ୍ଜୀକୃତ ବ୍ୟବହାରକାରୀଙ୍କ ସହ ୧୨୯୪ ଜଣ ଅବୈତନିକ ସମ୍ପାଦକ ମଧ୍ୟ ରହିଥାନ୍ତି । ଏହା ସହ ବିଶ୍ୱବ୍ୟାପୀ ସବୁ ଦେଶରେ ତାଙ୍କ ଭାଷା ର ୱିକିପିଡିଆ ରେ ଇଂରେଜୀ ଭାଷା ରେ ଥିବା ଅନେକ ଦଲିଲ ର ଅନୁବାଦ ସହ ତାଙ୍କ ଦେଶର ଅନେକ ନିଜସ୍ଵ ତଥ୍ୟ ସମ୍ମିଳିତ ପ୍ରୁଷ୍ଠା ମାନେ ଉପଲବ୍ଧ ହୁଏ । ସାରା ପୃଥିବୀ ର ଛାତ୍ର ଓ ଗବେଷକ ମାନଙ୍କ ପାଇଁ ୱିକିପିଡିଆ ଠାରୁ ଅଧିକ ମୂଲ୍ୟବାନ ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହର ସ୍ରୋତ ନାହିଁ ।

ବହୁ କାଳରୁ କୌଣଶୀ ବିଷୟ ରେ ଜାଣିବା ପାଇଁ ” Encyclopaedia Britanica” ରହିଥିଲା ପୁସ୍ତକ ଆକାରରେ । ୧୫ ରୁ ଉର୍ଦ୍ଧ ବିରାଟ ଆକାର ର ଏହି ପୁସ୍ତକ ରେ ବହୁତ ବିଷୟ ଉପରେ ତଥ୍ୟ ସମ୍ମିଳନ କର ଯାଇଛି । କିନ୍ତୁ ତାହା ପୁସ୍ତକ ଆକାର ରେ ଥିବାରୁ କେବଳ ଲାଇବ୍ରେରୀ ମାନଙ୍କରେ ଉପଲବ୍ଧ ହେଇଥାଏ ଏବଂ ସେଥିରୁ କୌଣଶୀ ବିଷୟ ଖୋଜିବା ମଧ୍ୟ ସମୟ ସାପେକ୍ଷ । ୱିକିପିଡିଆ ଇଣ୍ଟର୍ନେଟରେ ଉପଲବ୍ଧ ହଉ ଥିବାରୁ ଏବଂ ଏବେ ଘରେ ଘରେ କମ୍ପୁଟର ଓ ଇନ୍ଟରନେଟ ର ସୁବିଧା ଥିବାରୁ ସମସ୍ତେ ଏହା ଖୋଲି ପାରୁଛନ୍ତି । ଏପରିକି ମୋବାଇଲ ରେ ମଧ୍ୟ ଜଣେ ସବୁଠାରେ ୱିକିପିଡିଆ ଖୋଲି ବଟନ ଟିପ ରେ ହିଁ ଯେ କୌଣଶୀ ତଥ୍ୟ ବିଷୟ ରେ ଜାଣିପାରିବ । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ , ଯଦି କେବଳ ଇଂରାଜୀ ୱିକିପିଡିଆ ର ସମସ୍ତ ତଥ୍ୟ କୁ ପୁସ୍ତକ ଆକାର ରେ ପ୍ରକାଶ କରା ଯାଏ ତାହା ୧୨୦୦ ଟି Encyclopaedia Britanica ଆକାର ବିଶିଷ୍ଟ ହେଇଯିବ !!! ଏହା ବ୍ୟତୀତ ସବୁଠୁ ବଡ ସୁବିଧା ହେଲା ଏଥିରେ ଯେ କୌଣଶୀ ବିଷୟ ଖୋଜିବାର ସୁବିଧା । କେବଳ ସର୍ଚ ବାର ରେ ବିଷୟ ଟି ର ନା ଦେଇଦେଲେ ମୁହୂର୍ତକ ମଧ୍ୟ ରେ ସେହି ବିଷୟ ବାହାରି ଯାଏ ପାଠକ ପାଇଁ । ଏଥିରେ ଅନବରତ ଭାବେ ନୂତନ ତଥ୍ୟ କିମ୍ବା ସଂଶୋଧିତ ତଥ୍ୟ ସ୍ଥାନିତ କରା ଯାଉଥାଏ ।

ୱିକିପିଡିଆର ଏତେ ସଂପ୍ରସାରଣ ଓ ସଫଳତା ର ମୂଳ କାରଣ ହେଲା ସର୍ବସାଧାରଣଙ୍କ ସମପୃକ୍ତି । ଏଥିରେ ଯେ କୌଣଶୀ ଉପଯୁକ୍ତ ବ୍ୟକ୍ତି ଚାହିଁଲେ ନିଜେ ଯୋଗଦାନ କରି ନୂଆ ଲେଖା ଦେଇ ପାରିବେ କିମ୍ବା ଆଗରୁ ଥିବା ଲେଖା ରେ ନୂତନ କିଛି ଯୋଡି ପାରିବେ ବା ସଂଶୋଧନ ଦରକାର ଥିଲେ କରି ପାରିବେ । ଏହାର ପରିଚାଳନା ପାଇଁ ସାଧାରଣ ଲୋକଙ୍କ ଭିତରୁ ହିଁ କିଛି ଅଭିଙ୍ଗ୍ୟ ଲୋକଙ୍କୁ ସମ୍ପାଦକ ବା ସହ ସମ୍ପାଦକ ଦାୟିତ୍ଵ ଦିଆ ଯାଇଥାଏ ଯାହାକି ଅବୈତନିକ ସେବା । କୌଣଶୀ ଆଗ୍ରହୀ ଲୋକ ଏଥିରେ ନିଜର ଯୋଗଦାନ କରିବାକୁ ଇଚ୍ଛା କଲେ ସେମାନକୁ ଉପଯୁକ୍ତ ମାର୍ଗଦର୍ଶନ ମଧ୍ୟ ଏହି ସମ୍ପାଦକ ମଣ୍ଡଳୀ କରିଥାନ୍ତି । ୱିକିପିଡିଆ ମୂଳ ପ୍ରୁଷ୍ଠା ରେ ଏହି ବିଷୟ ରେ ବିସୃତ ସୂଚନା ମଧ୍ୟ ଦିଆଯାଇଥାଏ । ବିଭିନ୍ନ ସମୟ ରେ ବିଭିନ୍ନ ସ୍ଥାନ ରେ ଏଥିପାଇଁ କାର୍ମଶାଳା ମାନ ଆୟୋଜିତ ହେଇଥାଏ । ଏହି କାର୍ମଶାଳା ରେ ନୂତନ ପ୍ରକଳ୍ପ ବିଷୟ ରେ ନିର୍ଣୟ ନିଆ ଯାଇ ତାକୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା ହୁଏ । ସେଥିପାଇଁ ୱିକିପିଡିଆ ସଦା ସର୍ବଦା ଅତ୍ୟାଧୁନିକ ରହିଥାଏ ।

odiawiki

ଓଡିଆ ୱିକିପୀଡିଆ :-

ଯେତେବେଳେ ଆଞ୍ଚଳିକ ଭାଷା ମାନଙ୍କ ରେ ମଧ୍ୟ ୱିକିପିଡିଆ ଉପଲବ୍ଧ କରିବାର ଉଦ୍ୟମ ହେଲା , ଇଂରେଜୀ ୱିକିପିଡିଆ କୁ ଆଧାର କରି ସେ ସବୁ ଭାଷାରେ ଇଂରେଜୀ ଲେଖା ର ଅନୁବାଦ କୁ ସ୍ଥାପନ ହେଲା । ଭାରତୀୟ ଭାଷା ମାନଙ୍କରେ ୱିକିପିଡିଆ ହେଲା ବେଳେ ଓଡିଆ ୱିକିପିଡିଆ ମଧ୍ୟ ଆରମ୍ଭ ହେଲା ଯଦିଓ ବିଳମ୍ବ ରେ । ଜୁନ, ୨୦୦୨ରେ ଓଡିଆ ୱିକିପିଡିଆ ର ଅୟମାରମ୍ଭ ହେଇଥିଲା । ସର୍ବଶେଷ ଅନୁଧ୍ୟାନ ଅନୁସାରେ ଓଡିଆ ୱିକିପିଡିଆ କୁ ପ୍ରତି ମାସ ରେ ହାରାହାରି ୪.୮୪ ଲକ୍ଷ ଲୋକ ଦେଖି ଥାନ୍ତି । ଏଥିରେ ୨୪୦୦ ରୁ ଅଧିକ ଲେଖା ଓ ୧୫୦୦୦ ରୁ ଅଧିକ ତଥ୍ୟ ସମ୍ମିଳିତ ହେଇସାରିଛି । ଏହିରେ ପଞ୍ଜୀକୃତ ବ୍ୟବହାରୀଙ୍କ ସଂଖ୍ୟା ପ୍ରାୟ ୩୫୦୦ । ପୃଥିବୀ ର ବିଭିନ୍ନ ୨୮୯ ଭାଷା ରେ ଥିବା ୱିକିପୀଡିଆ ମଧ୍ୟ ରେ ଏହା ୧୩୪ ରାଙ୍କ ରେ ଥିବା ସୂଚିତ । ଏବେ ଅନେକ ଉତ୍ସାହୀ ତଥା ପ୍ରବୀଣ ବ୍ୟକ୍ତିଙ୍କ ଅନବରତ ଉଦ୍ୟମ ଯୋଗୁ ଓଡିଆ ୱିକିପିଡିଆ ମଧ୍ୟ ଖୁବ ସୁନ୍ଦର ଭାବେ ଅଗ୍ରଗତି ପଥ ରେ ଆଗେଇଛି । ଅନେକ ତଥ୍ୟ ବର୍ତମାନ ଓଡିଆ ଭାଷା ରେ ସ୍ଥାନିତ ହେଇଛି । ଆମ ଓଡିଶା ର ଐତିହ, ସଂସ୍କୃତି, ଦର୍ଶନୀୟ ସ୍ଥାନ , ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଓଡିଆ ସାହିତ୍ୟ ଉପରେ ବେଶ କିଛି ତଥ୍ୟ ଏଥିରେ ବର୍ତମାନ ଉପଲବ୍ଧ ହେଇ ସରିଲାଣି । ତେବେ ଏଥିପାଇଁ ଆହୁରି ବହୁତ ଉଦ୍ୟମ ଲୋଡା । ଉତ୍ସର୍ଗୀକୃତ ଭାବରେ ଆହୁରି ଅନେକ ଓଡିଆ ମାନେ ଯଦି ଉଦ୍ୟମ କରିବା ତାହେଲେ ଆଗାମୀ ଦିନରେ ଏହି ରାଙ୍କ୍‌କୁ ଆମେ ନିଶ୍ଚିତ ଭାବରେ ୫୦ ଭିତର କୁ ଆଣି ପାରିବା । ଏହା ଆମ ଓଡିଆଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ହଉ । ଉପଯୁକ୍ତ ମା ର ବେଶୀ ଲେଖା ଦେଇ ପାରିଲେ ଇଂରେଜ ୱିକିପିଡିଆ ବହୁତ ଲେଖା ଇଂରେଜୀ ୱିକି ରେ ଥିଲେ ତାହା ଓଡିଆ ୱିକି ରେ ଉପଲବ୍ଧ ହେଇ ପାରିବ । ତାକୁ ଅନୁବାଦ କରିବା ପାଇଁ ଆମ ଓଡିଶାରେ ଯୋଗ୍ୟ ଲୋକଙ୍କ ଅଭାବ ନାହିଁ ବୋଲି ମୋର ଦୃଢ ଧାରଣା । ଆହୁରି ଅନେକ ଶିକ୍ଷିତ ଲୋକ ଏଥିପାଇଁ ଆଗେଇ ଆସିବାକୁ ହେବ ।

ଆମେ ଓଡ଼ିଆ । ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ କରୁ । ଓଡ଼ିଆ ୱିକିପିଡିଆ ସର୍ବସମ୍ପୂର୍ଣ ହେବା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ହେବ । ଏବେ ଓଡିଶା ସରକାର ମଧ୍ୟ ଓଡ଼ିଆ ଭାଷା କୁ ସରକାରୀସ୍ତରରେ ସମ୍ପୂର୍ଣ ବ୍ୟବହାର କରିବା ପାଇଁ ବଦ୍ଧପରିକର ହେଇଥିବାରୁ ଓଡ଼ିଆ ୱିକିପିଡିଆକୁ ସମ୍ପୂର୍ଣତାକୁ ଆଣିବା ଏକ ନିତାନ୍ତ ଜରୁରୀ ଆବଶ୍ୟକ । ଆସନ୍ତୁ ସମସ୍ତେ ଆମର ଅବଦାନ, ଯାହା କିଛି ଭି ହଉ ନା କାହିଁକି, ନିଶ୍ଚୟ ଦେବା । ଓଡ଼ିଆ ୱିକିପିଡିଆକୁ ସବୁଠୁ ଭଲ ଆଞ୍ଚଳିକ ଭାଷା ୱିକିପିଡିଆର ମାନ୍ୟତା ପାଇବାରେ ସାହାଯ୍ୟ କରିବା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top