କବିତା

ଦଙ୍ଗା ଆସିଥିଲା

Matrudatta Mohanty's odia poem Dangaa Aasithilaa

ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ
କୁନି କୁନି ଓଠରୁ ହସ ଲିଭିଗଲା
ଘରେ ଘରେ ଜଳିଲାନି ଚୁଲି
ମଶାଣିରେ ମଣିଷର ଜୁଇ ଜଳୁଥିଲା ।

ଦଙ୍ଗା ଆସିଥିଲା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଚତୁର୍ଦ୍ଦିଗେ ବ୍ୟାପି ଥିଲା ଗଭୀର ନିରବତା,
ତୁହା ତୁହା ଉଷ୍ମ ପବନରେ
ଭାସି ଆସୁଥିଲା
ପୋଡ଼ା ହୃଦୟର ଗନ୍ଧ,
ଆଖି ସବୁ ରଙ୍ଗହୀନ
ଓଠ ସବୁ ଶୁଖିଲା ଶୁଖିଲା
କାରଣ ଏଇ ଟିକେ ଆଗରୁ
ମୋ ସହରକୁ ଦଙ୍ଗା ଆସିଥିଲା ।

ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ
କୁନି କୁନି ଓଠରୁ ହସ ଲିଭିଗଲା
ଘରେ ଘରେ ଜଳିଲାନି ଚୁଲି
ମଶାଣିରେ ମଣିଷର ଜୁଇ ଜଳୁଥିଲା ।

ରାସ୍ତାଘାଟରେ କୁଢ଼ କୁଢ଼ ଇଟା ଓ ପଥର
କୁହୁଳୁ ଥିଲା ଧୂଆଁ
ସତେଜ ଦିଶୁଥିଲା ଲାଲ୍ ରକ୍ତର ଛିଟା ।
ଏଠି ମଣିଷ ତ ମଣିଷ
ଈଶ୍ୱରଙ୍କ ଛାତିରେ ବି ଗୁଳି ବାଜିଗଲା
ହାଏ ମୋ ସୁନ୍ଦର ସହରକୁ ଦଙ୍ଗା ଛୁଇଁଗଲା ।

ହଜିଗଲା ଶାନ୍ତି
ଭାଙ୍ଗିଗଲା ମନ
ପୋଡ଼ିଗଲା ପ୍ରତି ଆଖିର ସପନ
ଗୋବରୀର ପାଣି ସତେ ଲାଲ୍ ଦିଶୁଥିଲା
ଏଇ ତ ମୋ ସହରକୁ ଦଙ୍ଗା ଆସିଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top