କବିତା

ଶୁଭ ଦୀପାବଳି

Er Bidyadhar Panda's odia poem Shubha Deepabali

ବରଷା ଗଲାଣି ଶୀତ ଆସିଲାଣି
ରୁତୁ ପରେ ରୁତୁ ଖେଳି
ହାତ ମୁହଁ ଧୋଇ ଖାଇବାକୁ ବସ
ରୋଗ ଆସେ ଭଳିଭଳି

ଶୁଭ ଦୀପାବଳି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୁର୍ଗା ମା’ ପରେଲକ୍ଷ୍ମୀ ମା’ ଗଲେ
ଆସିଛନ୍ତି ମା’ କାଳୀ
ଭକତି ମନରେପୂଜାପୂଜି କର
ନିତି ନିୟମକୁ ପାଳି (୧)

ବରଷା ଗଲାଣିଶୀତ ଆସିଲାଣି
ରୁତୁ ପରେ ରୁତୁ ଖେଳି
ହାତ ମୁହଁ ଧୋଇଖାଇବାକୁ ବସ
ରୋଗ ଆସେ ଭଳିଭଳି (୨)

ଆମ୍ବ ଲିମ୍ବ ଗଛବାଡ଼ିରେ ଲଗାଇ
କର ତାକୁ ଗଳାମାଳି
ସ୍ୱଚ୍ଛ ପରିବେଶସୁନ୍ଦର ବଗିଚା
ଫୁଲକୁ ନଆଣ ତୋଳି (୩)

ସବୁରି ଖୁସିରେନିଜେ ଖୁସି ହୁଅ
ମୋଟେ କର ନାହିଁ କଳି
ବାଣ ନ ଫୁଟାଇଦିପ ଟିଏ ଜାଳ
ବିନୟ ପ୍ରଣତୀ ଢ଼ାଳି (୪)

ପରିବେଶ ଚିନ୍ତାଏଇ ଦିନୁ କର
ଆଗକୁ ତୁମରି ପାଳି
ଝଗଡ଼ା ଝାଟିକୁମୁଳରୁ ଉପାଡ଼ି
ପାଦେ ଦିଅ ସବୁ ଦଳି (୫)

ବାପା ମାଆ ସ୍ନେହଁଗୁରୁଜନେ ଭକ୍ତି
କେବେ ବି ନଯାଅ ଭୁଲି
ସଦା କୁସୁମିତତୁମ ଚଲା ପଥ
ହେଉ ଶୁଭ ଦୀପାବଳି (୬)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top